Spread the love

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମ ରେ ଶଵ କୁ ସମ୍ମାନ,
ସାମାଜିକ ଵାସନ୍ଦ ମୃତ ମହିଳା ଙ୍କର ଜନମଙ୍ଗଳ (ରାସୋଳ) ଦ୍ଵାରା ଶେଷକୃତ୍ୟ ସମ୍ପର୍ଣ୍ଣ ।

ଶାନ୍ତିଧାମ ଯାନ ଦ୍ଵାରା ଜନମଙ୍ଗଳ(ରାସୋଳ)ର ନିଶୁଳ୍କ ସେବା ପ୍ରଦାନ। ମଣିଷ ଜଗତ ଭିତରେ ସର୍ବଶ୍ରେଷ୍ଠ ସାମାଜିକ ପ୍ରାଣୀ। ଆଜି କିନ୍ତୁ ଭୁଲ ପ୍ରମାଣିତ ହୋଇଛି ପ୍ରତିଟି କ୍ଷେତ୍ରରେ, ମାନଵିକତା ହଜି ଯାଉଛି ମଣିଷ ପାଖରେ। ଏମିତି ଏକ ଅଭାବନୀୟ ଘଟଣା ଅଦ୍ୟ ତା ୧୯/୦୮/୨୦୨୩ରିଖ ଶନିବାର ଦିନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ “ଜନ ମଙ୍ଗଳ” ରାସୋଳ ସଂଗଠନ ର ସେଵକ ସୁଦାମ ସେଠୀ ସକାଳ ୭ଘଟିକା ସମୟରେ ସୂଚନା ଦେଇଥିଲେ ଯେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ନାଉକିଆରି ଗ୍ରାମର ଲକ୍ଷ୍ମୀ ପୃଷ୍ଟି (୩୮), ପିତା ଜଗଵନ୍ଧୁ ସାହୁ, ଗତକାଲି ୧୮/୦୮/୨୦୨୩ ଶୁକ୍ରବାର ରାତି ସାଢେ ଦଶ ଘଟିକା ସମୟ ରେ ମୃତ୍ୟୁ ଵରଣ କରିଥିଲେ।ଆଜି ଭଳି ଆଧୁନିକ ସଭ୍ୟ ଯୁଗ ରେ ଝିଅ କେତକୀ(ଛଦ୍ମ ନାମ) ଅନ୍ୟ ଜାତିରେ ବିଵାହ କରିଥିବା ଯୋଗୁଁ ସମାଜରୁ ଵାସନ୍ଦ ହୋଇଥିବା ବେଳେ ମହିଳାଙ୍କର ମୃତ ଶରୀର ପ୍ରାୟ ୨୧ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ ନିଜ ଵାସ ଗୃହରେ ପଡି ରହିଥିବା ନିହାତି ସଭ୍ୟ ସମାଜ ପ୍ରତି ଅତି ଲଜ୍ୟାଜନକ। ଦୁଃଖର ଵିଷୟ ଏହିକି ଯେ ସାହି ଭାଇ ଅଵା ସମାଜରୁ କେହି ଜଣେ ଶବ ସଂସ୍କାର ପାଇଁ ତିଳେ ମାତ୍ର ଚେଷ୍ଟା କରିନଥିଲେ ଅବା କରିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ। ଅତଏବ ସଂଗଠନ ତରଫରୁ ତ୍ବରିତ୍ ପଦକ୍ଷେପ ନିଆଯାଇ ଉପଦେଷ୍ଟା ତଥା ରାସୋଳ ଗ୍ରାମର ସରପଞ୍ଚ ଦିବାକର ନାଏକ ଓ ପ୍ରତିଷ୍ଠାତା ଵିଭୁ ଶତପଥୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହ ସଂଯୋଜକ ଚନ୍ଦନ ସାହୁ, ସେବକ ସୁଦାମ ସେଠୀ, ସିପୁନ ସାହୁ, ପ୍ରକାଶ ସାହୁ(ଖନା), ସୁବ୍ରତ ବିଶ୍ଵାଳ ତଥା ଏନ.ସି.ସି କ୍ଲଵର କିଛି ସହୃଦୟ ଯୁଵକ ମାନଙ୍କ ସହାୟତାରେ ଓ ସଂଗଠନ ଦାୟିତ୍ଵରେ ଥିଵା ଶାନ୍ତିଧାମ ଯାନରେ ନିଶୁଳ୍କ ସେବା ପ୍ରଦାନ ପୂର୍ବକ ନାଉକିଆରୀ ସମାଧୀ ସ୍ଥଳକୁ ନିଆଯାଇ, ମୃତା ମହିଳାଙ୍କର ସ୍ଵାମୀ ରାଜ କିଶୋର ପୃଷ୍ଟିଙ୍କ କହିବା ଅନୁସାରେ ସେ ମହିମା ଧର୍ମୀ ହୋଇ ଥିବାରୁ ତାଙ୍କୁ ଦାହ କରାନଯାଇ ମାଟି ଖୋଳି ସମ୍ମାନର ସହ ସମାଧିସ୍ଥ କରି ଶେଷ କୃତ୍ୟ ସମ୍ପର୍ଣ୍ନ କରାଯାଇ ଅମର ମହାନ ଆତ୍ମାର ସଦଗତି ନିମନ୍ତେ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ପୂର୍ଵକ ଭାଵପୂର୍ଣ୍ନ ଶ୍ରଦ୍ଧାଞ୍ଜଳି ଞାପନ କରାଯାଇଛି। ଏତାଦୃଶ ସେବା କାର୍ଯ୍ୟରେ ତାଙ୍କ ପରିଵାରଵର୍ଗ କୃତଜ୍ଞତା ଜ୍ଞାପନ କରିବା ସହିତ ସଂଗଠନର ଉପଦେଷ୍ଟା ତଥା ସରପଞ୍ଚ ଦିବାକର ନାଏକ ଭୂୟସୀ ପ୍ରଶଂସା କରିଥିଲେ। “ମଣିଷ ଗୋଟିଏ ଜାତି, ମାନଵିକତା ତାର ଧର୍ମ” ଉକ୍ତିକୁ ସଂଗଠନ ଯଥାର୍ଥ ପ୍ରତିପାଦନ କରିବା ସହିତ “ମୋ ଗାଁ ମୋ ସମ୍ମାନ” ଅଭିଯାନର ସଫଳ ପ୍ରୟାସ ଦିଗରେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସମସ୍ତ ପ୍ରକାରର ସହଯୋଗ ରହିଵ ଵୋଲି ନିର୍ଭର ପ୍ରତିଶ୍ରୃତି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *