ବଡବିଲ ବିଜୁ ଜନତାଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ଭିଡ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଚମ୍ପୁଆ ନିର୍ବାଚନୀ ମଣ୍ଡଳୀ ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ରେ ବିଜୁଜନତା ଦଳ ପକ୍ଷରୁ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଙ୍କ ନେତୃତ୍ବରେ ଜନସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ବଡବିଲ ପୁରୁଣା ପୌରପାଳିକା ନିକଟରୁ ବହାରି ବଡବିଲ ୱାର୍ଡ ନମ୍ବର ଆଠ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ପହଞ୍ଚି ସେଠାର ଏକ ସଭାର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଏହି ବିଶାଳ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ଦଳୀୟ କର୍ମୀଙ୍କୁ ଦେଖିବାକୁ ମିଳିଥିବା ବେଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ପ୍ରବଳ ଖରା ସତ୍ତ୍ୱେ କର୍ମୀ ମାନେ ଉତ୍ସାହ ର ସହ ବିଜୁ ଜନତା ଦଳର ପତାକା ଧରି ଦଳ ସପକ୍ଷରେ ଭିନ୍ନ ଭିନ୍ନ ନାରା ଦେଇ ପଦଯାତ୍ରାକୁ ସଫଳ କରିଥିଲେ।କୌଣସି ପ୍ରକାରର ଅଘଟଣ କୁ ଏଡାଇବାକୁ ବଡବିଲ ପୋଲିସ୍ ପକ୍ଷରୁ ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଉପସ୍ଥିତ ରହି ଅନୁଧ୍ୟାନ କରିବା ସହ ପୋଲିସ୍ ବଳୟ ମୁତୟନ କରିଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍
