Spread the love

ବଡ଼ବିଲ ପୌରାଞ୍ଚଳରେ ଜଗତଜନନୀ

ମହାମାୟା ମାଆ ଦୂର୍ଗାଙ୍କ ପୂଜା ଅତି ଜାକଜମକରେ ପାଳନ

 

କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଜଗତଜନନୀ ମା ଦୁର୍ଗାଙ୍କ ର ପୂଜା ମହା ସମାରୋହରେ ପାଳିତ ହୋଇ ଯାଇଛି ।ବଡବିଲ ପୌରପାଳିକା ଅନ୍ତର୍ଗତ କଳିଙ୍ଗ ପୂଜା ମଣ୍ଡପ , ହାଟ ବଜାର ବଙ୍ଗୀୟ ସମାଜ ରେ ମାଆଙ୍କର ପୂଜା ହୋଇଥିବା ବେଳେ ଓ ବିକାଶ ମହଲ ସ୍ଥିତ ପୂଜା ମଣ୍ଡପରେ ଶିବ ପାର୍ବତୀଙ୍କର ପୂଜା ଅର୍ଚ୍ଚନା କରା ଯାଇଛି । ଏତଦ୍ ବ୍ୟତୀତ ସେଡିଂ ବସ୍ତିର ଅବସ୍ଥିତ ମା ଙ୍କ ବିଗ୍ରହରେ ମଧ୍ୟ ପୂଜା ଅର୍ଚ୍ଚନା କରା ଯାଇଛି । ଏହି ବର୍ଷ କଳିଙ୍ଗ ରେ ହୋଇଥିବା ସାଜସଜ୍ଜା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ ତଥା ବିମୋହିତ କରିଛି । କଳିଙ୍ଗ ପଡିଆ ରେ ମୀନା ବଜାର ରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଛି । ଅନେକ ପ୍ରକାର ଦୋକାନ , ଭିନ୍ନ ଭିନ୍ନ ପ୍ରକାରର ଦୋଳି ଓ ଯାତ୍ରା ର ଉପଭୋଗ ସ୍ଥାନୀୟ ଲୋକଙ୍କ ସହ ଓ ପଡୋଶୀ ଝାଡଖଣ୍ଡ ରାଜ୍ୟର ଲୋକଙ୍କ ଏହି ପୂଜାର ହର୍ଷ ଉଲ୍ଲାସ ମଧ୍ୟରେ ଉପଭୋଗ କରୁଥିବା ପରିଲକ୍ଷିତ ହୋଇଥିଲା। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ଏଡାଇବାକୁ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରା ଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ମଧ୍ୟ ଏହି ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆଞ୍ଚଳିକ ପ୍ରଶାସନ ସହ ପୂର୍ଣ୍ଣ ସହଯୋଗ କରୁଥିବା ଲକ୍ଷ କରାଯାଇଛି । ଷଷ୍ଠୀ ,ସପ୍ତମୀ,ଅଷ୍ଟମୀ ନବମୀ ଓ ଦଶମୀ ପାଞ୍ଚଦିନ ଯାକ ଖୁବ୍ ନିଷ୍ଠାର ସହ ଭକ୍ତ ମାନେ ପାଳନ କରିଛନ୍ତି । ଏବଂ ଆଜି ସମସ୍ତ ମୃନ୍ମିୟ ମୂର୍ତ୍ତି ବିସର୍ଜନ ପାଇଁ ଲକ୍ଷ ରଖା ଯାଇଛି ବୋଲି ସୂଚନା ମିଳିଛି ।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *