Spread the love

ବଡ଼ବିଲ ମହୋତ୍ସବର ଉଦ୍ଘାଟନ କଲେଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଆରମ୍ଭ ହୋଇଯାଇଛି ବଡ଼ବିଲ ମହୋତ୍ସବ। ଏହି ଅବସରରେ ଅପରାହ୍ନ ରେ ବଡ଼ବିଲ ହରିହର ମନ୍ଦିର ପ୍ରାଙ୍ଗଣରୁ ଦ୍ଵିପ ପ୍ରଜ୍ବଳନ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବଡ଼ବିଲ ଉତ୍ସବ ପଡିଆ ଠାରେ ପହଞ୍ଚି ଦ୍ଵିପକୁ ମହୋତ୍ସବ ମଞ୍ଚରେ ସ୍ଥାପନ କରଯାଇଥିଲା , ଏହି କାର୍ଯ୍ୟକ୍ରମ କୁ ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବଡ଼ବିଲ ପୌର ଅଧିକାରୀ , କେନ୍ଦୁଝର ସାଂସଦଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ, ଓ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯାଯୋକ ଚନ୍ଦ୍ରଗୁପ୍ତ ପ୍ରାସାଦ , ସମାଜସେବୀ ବିଜୟ ମହାନ୍ତି ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ହରିହର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ବଡ଼ବିଲ ମହୋତ୍ସବ ଦ୍ଵୀପ ପ୍ରଜ୍ବଳନ ରେ ସାମିଲ୍ ହୋଇଥିଲେ । ଏବଂ ଉଦ୍ଘାଟନୀ ଉତ୍ସବରେ ରଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ବଡ଼ବିଲ ମହୋତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ, ଓ ତାଙ୍କ ସହ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍ ଡି ଧାନରାଜ୍, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବଡ଼ବିଲ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଗୁପ୍ତ ପ୍ରାସାଦ, ସମ୍ପାଦକ ନୀଳମଣି ମହାନ୍ତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଙ୍କୁ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରାସାଦ ଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଭାଦ୍ରାସାହି ଛକରୁ ବଡ଼ବିଲ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ମହୋତ୍ସବ ପାଳନ କମିଟି ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରାୟାସଗ୍ରୁପ୍ ର ମିଳିତ ସହଯୋଗରେ ଅୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏବଂ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବଡ଼ବିଲ ମହୋତ୍ସବ କୁ ଉପଭୋଗ କରିବାକୁ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ବିଲ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *