Spread the love

ଆମ୍ ଆଦମୀ ପାର୍ଟି ପକ୍ଷରୁ ସହୀଦ ଦିବସ ପାଳିତ।

ଢେଙ୍କାନାଳ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧିପାର୍କ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଓ ଧୂପ ଦେଇ ସହୀଦ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହିରନ୍ୟ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ ତଥା ସଦର ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଚିତ୍ତରଞ୍ଜନ ପାଣି, ଓଡ଼ାପଡ଼ା ବ୍ଲକ୍ ସଭାପତି ପୀତାମ୍ବର ଦାସ, ସଦର ବ୍ଳକର ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ,ପୌର ପାଳିକାର ଉପସଭାପତି ବିଜୟ ଦାସ, ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ, ଜୟଦେବ ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *