Spread the love

ବଡ଼ବିଲ ୱାର୍ଡ ନମ୍ବର୧୫ରେ ମିଳିଲା ଜୈନିକ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୧୫ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହାଟିଂ ନିକଟସ୍ତ ପଡିଆ ନିକଟରୁ ଏକ ମୃତ ଦେହ ଉଦ୍ଧାର କରିଛି ବଡ଼ବିଲ ପୋଲିସ, ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା, ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା ଏବଂ ବଡ଼ବିଲ ପୌରାଧାକ୍ଷ ଲକ୍ଷ୍ମଣ ମହାନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା, ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବାରୁ , ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଏ। ମୃତକ ଜଣଙ୍କ ବଡ଼ବିଲ ଥାନା ଅନ୍ତର୍ଗତ ଦଲକି ବସ୍ତିର ଦୁଃଶାସନ ବାରିକ ଓ ତାଙ୍କ ବୟସ ପାଖାପାଖି ୫୫ବର୍ଷ ବୋଲି ସୂଚନା, ହତ୍ୟା କାଣ୍ଡର ଅସଲ ଚିତ୍ର ସାମ୍ନାକୁ ଆସିନଥିବା ବେଳେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି, ଘଟଣା ସ୍ଥଳରେ ଜିଲ୍ଲା ସୈଇନଟିଫିକ୍ ଦଳ ପହଞ୍ଚି ବଡ଼ବିଲ ଥାନା ଧିକାରିଣି ପ୍ରମୋଦିନି ସାହୁ ଉପସ୍ଥିତ ହୋଇ ଅଧିକ ତଦନ୍ତ ଚଳାଇଛି , ଘଟଣା ସ୍ଥଳରୁ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। କୌଣସି ପ୍ରକାର ଘରୋଇ କଳିରୁ ହାତ୍ୟାକାଣ୍ଡ ଘଟିଥିବା କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ, ଏ ସବୁ ଦିଗକୁ ନଜରରେ ରଖି ବଡ଼ବିଲ ପୋଲିସ ତଦନ୍ତ ଚଳାଇଛି। ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ ତାଙ୍କ ବାପା ଗତ କାଲି ଡ୍ୟୁଟି ସାରି ସନ୍ଧ୍ୟାରେ ଘରକୁ ନ ଫେରିବାରୁ ଘର ଲୋକ ଦୁଃଶାସନ ଙ୍କୁ ଫୋନ୍ କରିଥିଲେ ସୁଦ୍ଧା ତାଙ୍କର ଫୋନ୍ ସୁଇଚଅଫ ଆସିଥିଲା ପରେ ଘରଲୋକ ବଡ଼ବିଲ ଥାନାକୁ ଖବର ଦେଇଥିଲେ ବଡ଼ବିଲ ପୋଲିସ ମଧ୍ଯ ରାତିସାରା ଖୋଜାଖୋଜି କରିଥିଲେ କିନ୍ତୁ ଦୁଃଶାସନ ଙ୍କ କୌଣସି ସୂଚନା ପାଇନଥିଲେ ଆଜି ସକାଳୁ ବଡ଼ବିଲ ପୋଲିସ ଦୁଃଶାସନଙ୍କର ମୃତଦେହ ଉଦ୍ଧାର କରିବା ସହ ଘଟଣା ସ୍ଥଳରୁ ୧୦୦ମିଟର ଦୂରରେ ତାଙ୍କର ମୋଟରସାଇକେଲ ଠାବ କରିଥିଲା

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *