Spread the love

ବନ୍ଧୁକ ମୁନରେ ଦୁର୍ବୃତ୍ତ ଙ୍କ ଆତଙ୍କରାଜ, ଅଞ୍ଚଳରେ ଭୟର ବାତାବରଣ।

 

କେନ୍ଦୁଝର ଜିଲ୍ଳାର ନୟାକୋଟ ଥାନା ଅନ୍ତର୍ଗତ ବାଂସପାଳ ବ୍ଲକ୍ ଅଧୀନସ୍ଥ ଫୁଲଝର ଠାରେ ବନ୍ଧୁକ ମୁନରେ ଦୂର୍ବୁର୍ତ୍ତ ଙ୍କ ଆତଙ୍କରାଜ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ । ସୂଚନା ଅନୁଯାୟୀ ଗତ କାଲି ରାତ୍ରି ରେ ବାଂଶପାଳ ବ୍ଲକ୍ ନୟାକୋଟ ଥାନ ଅନ୍ତର୍ଗତ ଫୁଲଝର ନିକଟରେ ଥିବା ସ୍ଵପ୍ନେଶ୍ୱର୍ ପେଟ୍ରୋଲ ପମ୍ପ ରେ କିଛି ଦୁବୃର୍ତ୍ତ ଦୁଇଟି ମୋଟର ସାଇକେଲ ରେ ଆସି ବନ୍ଧୁଙ୍କ ମୁନରେ ଲକ୍ଷାଧିକ ଟଙ୍କା ଲୁଟ କରିବା ନେଇ ଅଭିଯୋଗ ଏବଂ ପେଟ୍ରୋଲ ପମ୍ପ ରେ ଲାଗିଥିବା ସିସିଟିଭି କ୍ୟାମେରା କୁ ଓପାଡି ଫିଙ୍ଗିଦେବା ସହ ପେଟ୍ରୋଲ ପମ୍ପ ରେ ଥିବା ଆଇରନ ଚେଷ୍ଟ୍ କୁ ଭାଙ୍ଗି ବାହାରେ ଫୋଫାଡି ଦେଇଥିବା ଦେଖିବାକୁ ମିଳିଥିଲା, କିଛି ଲୋକଙ୍କ ହୋ ହାଲ୍ଲା ପରେ ପାଖାପାଖି ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା।ଘଟଣା ପରେ ପେଟ୍ରୋଲ ପମ୍ପ ରେ ଥିବା କର୍ମଚାରୀ ପମ୍ପ ମାଲିକ ଓ ପୋଲିସ୍ କୁ ଖବର ଦେଇଥିଲେ, ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ୍ ଚାଲୁ ରଖିଥିବା ବେଳେ ଦୁବୁର୍ତ ଙ୍କ କୌଣସି ସନ୍ଧାନ ପାଇନଥିବା ବେଳେ ଫୁଲଝର ଅଞ୍ଚଳରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିବା ନେଇ ସୂଚନା।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

 

Leave a Reply

Your email address will not be published. Required fields are marked *