Spread the love

ବରଗଡ ଡ୍ରିମ ସେଣ୍ଟର ଏଜୁକେଶନାଲ ହଷ୍ଟେଲରେ ସମ୍ବର୍ଦ୍ଧନା ସଭା

ଭଟଲି ୨୯/୬(ଅଭିମନ୍ୟୁ ପଧାନ) :- ଆର୍ଥିକ ଅନୁନ୍ନତ ପରିବାରର ଶିଶୁମାନଙ୍କୁ ପାଠ ପଢ଼ାଇ ଜୀବନରେ ଆଗକୁ ବଢିବା ପାଇଁ ସହଯୋଗର ହାତ ବଢ଼ାଉଥିବା ବହୁଗୁଡାଏ ସଂସ୍ଥା ରହିଛି ତନ୍ମଧ୍ୟରୁ ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲା ଠାରେ ଥିବା ବରଗଡ ଡ୍ରିମ ସେଣ୍ଟର ଏଜୁକେଶନାଲ ହଷ୍ଟେଲ ଅନ୍ୟତମ ଅଟେ । ଏହି ହଷ୍ଟେଲରେ ପ୍ରାୟ ୧୨୦ଜଣ ଛାତ୍ର ଛାତ୍ରୀ ମାଗଣା ରହି ପାଠ ପଢିବା ସହ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଗତ ବାର୍ଷିକ ପରୀକ୍ଷାରେ ଏହି ହଷ୍ଟେଲ ରେ ରହି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବାରୁ ରବିବାର ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ଏହି ଅବସରରେ ମାନ୍ୟବର ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇବା ସହ ଏହି ହଷ୍ଟେଲରେ ରହୁଥିବା ସମସ୍ତ ଅନ୍ତେବାସୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବିତରଣ କରିଥିଲେ । ହଷ୍ଟେଲର ପରିଚାଳକ ସିମନ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁଲିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ହଷ୍ଟେଲର କର୍ମଚାରୀ ସମିର ମୁନି, ସୁଦେସ୍ନା ଜଗଦଲ୍ଲା ଓ ଆମୋଦ ନାଗ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *