Spread the love

ବିଷୟ _ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞାୟତର ଆଧ୍ୟାତ୍ମିକ ଅନୁଷ୍ଠାନ ବଳଦେବଜୀଉ ମଠର ପୃର୍ବତନ ମହନ୍ତ ସ୍ବର୍ଗତ ଜୟୀରାମ ବାବାଙ୍କ ୧୯୬ ତମ ଶ୍ରାଦ୍ଧୋତ୍ସବ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳ ସମୟରେ ଦେବାର୍ଚ୍ଚନା ଓ ଗୀତା ଯଜ୍ଞ , ସଂଧ୍ୟାରେ ପୂର୍ଣ୍ଣାହୁତି ସହିତ ଭଜନ ସଂଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ବିନ୍ଧାନନ୍ଦିପୁର,କଣ୍ଟିବାଙ୍କ ଓ ପାଲଟପୁରର ଗ୍ରାମବାସୀମାନେ ମିଶି ପାଳନ କରିଥିଲେ।ମଠର ମହନ୍ତ ଗୌରାଙ୍ଗ ଚରଣ ଦାସଙ୍କ ପୌରହିତ୍ୟରେ ମୁଖ୍ୟ କର୍ତ୍ତା ଭାବରେ ଭରତ ଚନ୍ଦ୍ର ପରିଡା ଓ ତପସିନ୍ନୀ ବେହେରା ଏବଂ ହିମାଂଶୁ ସାମଲଙ୍କ ସମେତ ସୁଧିର ବିଶ୍ଵାଳ, ନିରଞନ ଜେନା, ଲକ୍ଷ୍ମଣ ଜେନା,ଲଳିତ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ,ଅନନ୍ତ କୁମାର ଜେନା, ଚନ୍ଦ୍ର ଶେଖର ସାହୁ,ବିମଲ ମଲିକ, ନିରାକାର ଜେନା,ଶରତ ଚନ୍ଦ୍ର ବିଶ୍ଵାଳଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *