Spread the love

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଶୁଭେଛା ଓ ଅଭିନନ୍ଦନ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁକ୍ରବାର ଦିନ ଓଡିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ମନୋନୀତ ପାଇଁ ଶ୍ରୀ ମତୀ ପ୍ରମିଳା ମଲ୍ଲିକ ତାଙ୍କ ପ୍ରତି କୃତ୍ତଙ୍କତା ଜ୍ଞାପନ କରିଛନ୍ତିି। ସେହିପରି ସେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବାପରେ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଆନନ୍ଦର ଲହରୀ ଖେଳିଯାଇଛି।ଏହି ଅବସରରେ ଶ୍ରୀମତୀ ମଲ୍ଲିକଙ୍କୁ ବିଂଝାରପୁର ବ୍ଳକର ସରପଞ ସଂଘର ସଭାପତି ତଥା ଜରି ପଞ୍ଚାୟତର ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ଜରି ପଞ୍ଚାୟତର ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ପରୋପକାରୀ ଉମେଶ ଚନ୍ଦ୍ର ଦାଶ, ସୁବ୍ରତ ସାମଲ, ବିଭୁତି ଭୁଷଣ ସାହାଣୀ, ସମାଜସେବୀ ପ୍ରତାପ ପାତ୍ର,ଅମର ମଲ୍ଲିକ, ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ସରକାରୀ ବାସ ଭବନରେ ଭେଟି ବାଚସ୍ପତି ଶ୍ରୀ ମତୀ ପ୍ରମିଳା ମଲ୍ଲିକଙ୍କୁ ପୁଷ୍ପମାଳ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *