Spread the love

ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ ଆଲୋଚନା ସଫଳ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ CMOଙ୍କ ସହ ହୋଇଥିବା ଆଲୋଚନା ପ୍ରାଥମିକ ଶିକ୍ଷକଙ୍କ ୯ଟି ସଂଘର କର୍ମକର୍ତ୍ତା ସାମିଲ ଥିଲେ । ଠିକା ନିଯୁକ୍ତିକୁ ନିୟମିତ, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନ ଲାଗୁ ଆଦି ଦାବି ଉପରେ ଆଲୋଚନା କରାଯାଇଥିଲା ।

ସଂଘର ଦାବିକୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଗ୍ରହଣ କରିଛି ।

ଜାନୁଆରୀ ସୁଦ୍ଧା ସମସ୍ତ ଦାବି ପୁରଣ ହେବା ନେଇ ମିଳିଛି ପ୍ରତିଶ୍ରୁତି । ଏଥିପାଇଁ ଆଲୋଚନା ସଫଳ ହୋଇଥିବାରୁ ଡିସେମ୍ବର ଯାଏ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସୂଚନା ଦେଇଛି। ପୂର୍ବରୁ ତିନି ଦଫା ଦାବିରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ୧୦ ଦିନ ଧରି ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଚଳାଇଥିଲେ । ସାମୂହିକ ଛୁଟିରେ ରହିଥିଲେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ।

ସୋର୍ସ news

Leave a Reply

Your email address will not be published. Required fields are marked *