Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାଣପୁର ଶିଶୁ ମନ୍ଦିର ସମ୍ମୁଖରୁ ମୋଟର ସାଇକେଲ ଡ଼ିକି ଭାଙ୍ଗି ଦୁଇ ଲକ୍ଷ ଲୁଟ

—————————————-

ଜେ. ବି. ଏନ,୧୨/୦୨ /୨୦୨୧,(ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା /ବାଣପୁର: ମୋଟର ସାଇକେଲ ଡ଼ିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଦୁଇ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

 

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବଡସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ସ୍ଥିତ ନିଜ ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ। ଏବଂ ସେଠାରୁ ସେ ବାଣପୁର ଶିଶୁ ମନ୍ଦିରକୁ ନିଜ ପିଲାଙ୍କ ବହି ଫେରେଇବାକୁ ଯାଇଥିଲେ। ତେବେ କାମ ସାରି ଫେରିଲାବେଳକୁ ଦଶ ମିନିଟ ମଧ୍ୟରେ ବାଇକର ଡ଼ିକି ଲକ ଭଙ୍ଗା ଥିବା ସହ ଡ଼ିକି ଖାଲି ଥିବା ମଧ୍ୟ ଦେଖିବାକୁ ପାଇଥିଲେ।

 

ଏ ନେଇ ଶ୍ରୀ ମହାନ୍ତି ଶିଶୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସ୍କୁଲ ସିସିଟିଭିରେ ଲୁଟର ସମସ୍ତ ଘଟଣାମାନ କଏଦ ହୋଇଥିବା ଜଣାପଡିଛି। ତେବେ ଶ୍ରୀ ମହାନ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା କ୍ଷଣି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା ଏବଂ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।