Spread the love

ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ

ଗଞ୍ଜାମ: ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ଏହାର ପ୍ରଭାବ ଆକଳନ କରିବାକୁ ଗଞ୍ଜାମ ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା।

ପରିଦର୍ଶନ ସମୟରେ ସେ ସ୍ଥାନୀୟ ଅଞ୍ଚଳବାସୀ ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ଏହାସହ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଗାମୀ ଦିନରେ ହାତକୁ ନିଆଯିବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ମତାମତ ଓ ପରାମର୍ଶ ଗ୍ରହଣ କରିବା ସହ ପ୍ରକଳ୍ପଗୁଡ଼ିକର ଯୋଜନା ଓ କାର୍ଯ୍ୟାନ୍ୱୟନ ଦିଗରେ ଗୁରୁତ୍ୱ ଦେଇଥିଲେ।

ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା ସହ ଭବିଷ୍ୟତରେ ଜଳ ସମ୍ପଦ ଭିତ୍ତିଭୂମିର ବିକାଶ ଓ ଉନ୍ନତି ପାଇଁ ଏହି କ୍ଷେତ୍ର ପରିଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Leave a Reply

Your email address will not be published. Required fields are marked *