Spread the love

(ବାପା, ମା, ପୁଅ ମାନଙ୍କ ଶୁଭଚିନ୍ତକ )
ଜଗତସିଂହପୁର
ତା =21/7/23

ପ୍ରତ୍ୟେକ ବାପା, ମା, ପିଲା ମାନଙ୍କ ର ଶୁଭ ଚିନ୍ତକ | ପିଲାମାନେ ଯେତେ ଭୁଲ କଲେ ମଧ୍ୟ୍ୟ ବାପା, ମା ଙ୍କ ନିକଟରେ ତାହା କ୍ଷମଣୀୟ | ବାପା, ମା ଙ୍କ ର ଶେଷ ଅବସ୍ଥାରେ ଆଦର ଯତ୍ନ କରିବା ପ୍ରତେକ ପୁଅର କର୍ତ୍ତବ୍ୟ | ହେଲେ କର୍ମମୟ ଜୀବନରେ ମାନବ ସମାଜ ଅନେକ ସମୟରେ ପଥ ଭ୍ରଷ୍ଟ ହୋଇଥାଏ | କିନ୍ତୁ ସାମାଜିକ ଚଳଣି ରେ ବାପା, ପୁଅ ଙ୍କ ମଧ୍ୟ୍ୟ ରେ ଚେତନା ଜାଗ୍ରତ ହେବା ପରେ ପରସ୍ପର ମଧ୍ୟ୍ୟ ରେ ପୁନଃରବାର ସମ୍ପର୍କ ନିବିଡ଼ ହୋଇଥାଏ ||
ଏଭଳି ହୃଦୟ ସ୍ପର୍ଶୀ ଘଟଣା ଘଟିଛି ଜଗତସିଂହପୁର ବ୍ଲକ ଅୟର ପଞ୍ଚାୟତ ଆମ୍ବଦରଡା ଗ୍ରାମରେ |ସେହି ଗ୍ରାମର 82 ବର୍ଷୀୟା ବୃଦ୍ଧ ଉତ୍ତମ ଚରଣ କର |ଜୀବନ ସାରା ଅକ୍ଲାନ୍ତ ପରିଶ୍ରମ କରି ଉପାର୍ଜିତ ଅର୍ଥ ରେ ଦୁଇ ପୁଅ, ଦୁଇ ଝିଅ ଙ୍କୁ ଶିକ୍ଷିତ କରିଥିଲେ |ଦୁଇ ପୁଅ ଝିଅ ବିବାହ ପରେ ପରିବାର ନେଇ ରାଜଧାନୀ ରେ ରହୁଛନ୍ତି |ହେଲେ ବୃଦ୍ଧ ରୋଗୀଣା ଅସହାୟ ବାପା ଗାଁ ରେ ଏକାକୀ ରହୁଛନ୍ତି | ବୃଦ୍ଧ ବାପାର ଦୁଃଖ ବୁଝିବାକୁ କେହି ନ ଥିଲେ |ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପୁତ୍ରମାନେ ନିଜକୁ ଲଜିତ ମନେକରି ଶେଷରେ ବୃଦ୍ଧ ବାପା ର ସୁବିଧା ଅସୁବିଧା ସମ୍ପର୍କ ରେ ବୁଝି ବାପା ର ସମସ୍ତ ଦାଇତ୍ୱ ବହନ କରିଛନ୍ତି ଏବଂ ବାପା ପୁଅ ମଧ୍ୟ୍ୟ ରେ ପୂର୍ବଭଳି ନିବିଡ଼ ସମ୍ପର୍କ ବଜାୟ ରହିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *