Spread the love

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ
କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ ।

ଗୋଲାମୁଣ୍ଡା,୦୫/୦୩:
ଆଜି ଓଡ଼ିଶା ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଥିଲେ । ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ । ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାଣି ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି । ବିଜୁ ଏକ୍ସପ୍ରେସ୍‌ ୱେ’ ଏକ ସାଧାରଣ ରାସ୍ତା ନୁହେଁ। ଏହା ଏହି ଅଞ୍ଚଳର ଜୀବନରେଖା ଓ ବିକାଶର ନୂଆ ଇତିହାସ ବୋଲି ମତ ପ୍ରକାଶ କରିଥିଲେ । ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକଙ୍କ ସୁବିଧା, ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବା ସହ ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ନୂଆ ଶିଳ୍ପ ଗଢି ଉଠିବ । ‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା । ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଥିଲେ । ପରେ ବସ ଯୋଗେ ବୃନ୍ଦାବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ସୋ କରିଥିବା ଦେଖିବାକୁ ମିଳିଛି ।
ବୃନ୍ଦାବହାଲ ଉଜାପନିଉସାବରେ ଯୋଗଦେଥିଲେ ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ସଙ୍କର ମିଶ୍ର ଙ୍କ ତତ୍ଵା ବଧାନରେ ସାଫଲ୍ୟ ମଣ୍ଡିତ ହୋଇଥିଲା ଏହିସଭାରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁମହାନ ନ୍ଦ. ଜିଲ୍ଲା ପରିଷଦ ହେମଙ୍ଗିନୀ ରାଉତ. ବୃନ୍ଦାବହାଲ ସରପଞ୍ଚ. ଦିନେଶକୁମାର ରାଉତ. ଜିଲ୍ଲା ପରିଷଦ ଜୋନ ସ ରିଟମାଝି.. ଜୟଶନସାହୁ..ଓ b. J. D. କର୍ମୀ ମାନେ.. S. ହ. G. ର ମହିଳା ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ.

ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି kapurchansethia ଙ୍କ ରିପଟ ଜାଗ୍ରତ ଭାରତ news

Leave a Reply

Your email address will not be published. Required fields are marked *