Spread the love

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ

ଆଜି ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଠାରେ ଅରୁଣାଭ ସିଂହଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ସର୍ବପ୍ରଥମେ ସକାଳ ୮ ଘଟିକା ସମୟରେ ବିଜୁ ମଇଦାନ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଗୋଳ ନଗର ବିଜୁ ମହିଳା-ଛାତ୍ର-ଯୁବ ଜନତା ଦଳ ପକ୍ଷରୁ ୩୦୦ରୁ ଉର୍ଦ୍ଧ୍ବ ସାଇକେଲରେ ବିଜୁ ବାବୁଙ୍କ ସ୍ମୃତିରେ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୁ ମଇଦାନରେ ଶେଷ ହୋଇଥିଲା। ଅନୁଗୋଳ ନଗର ବିଜେଡି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଅଜିତ ଦ୍ବିବେଦୀ, ସମସ୍ତ ବିଜେଡି କାଉନସିଲର, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସଙ୍କ ସହଯୋଗରେ ସାଇକେଲ ଶୋଭାଯାତ୍ରା ସଫଳ ହୋଇଥିଲା। ଅରୁଣାଭ ସିଂହ, ମହେନ୍ଦ୍ର ବସ୍ତିଆ, ବୃନ୍ଦାବନ ସ୍ୱାଇଁ, ରାଜୀବ ଲୋଚନ ଦାସ, ଅପର୍ଣ୍ଣ ରଥଙ୍କ ଦ୍ଵାରା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ପରିଶେଷରେ ଚଣ୍ଡୀଖମଣ ସ୍ଥିତ ଆମ୍ବତୋଟା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ମୃତି ଚାରଣ ସଭା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ମଣ୍ଡଳୀର ୧୩୦୦ରୁ ଉର୍ଦ୍ଧ୍ବ କର୍ମୀ, ନିର୍ବାଚିତ ପ୍ରତିନିଧି, ଦଳୀୟ ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା ଓ ନେତୃମଣ୍ଡଳୀ, ସମବାୟ ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ବଅଁରପାଳ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁଙ୍କ ତତ୍ୱବାଧାନରେ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *