Spread the love

ଭୁବନେଶ୍ବର: ଶେଷରେ ବିଜେଡିରେ ସାମିଲ ହେଲେ ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ପୂର୍ବାହ୍ନରେ ସୁଜାତା ବିଜେଡି ଅଫିସରେ ପହଞ୍ଚିବା ପରେ ତାଙ୍କୁ ବିଜେଡି ନେତ୍ରୀମାନେ ସ୍ବାଗତ କରି ନେଇଥିଲେ। ଏହାପରେ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ପହଞ୍ଚିଥିଲେ।

ବିଜେଡି ଅଫିସର କନଫ୍ରେନସ ହଲରେ ବରିଷ୍ଠ ନେତା ଓ ନେତ୍ରୀଙ୍କୁ ଉପସ୍ଥିତିରେ ନବୀନ ତାଙ୍କୁ ବିଜେଡି ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାପରେ ନବୀନ ପଟ୍ଟନାୟକ ଘୋଷଣା କରି କହିଥିଲେ ଯେ, ସୁଜାତାଙ୍କୁ ଦଳ ତରଫରୁ ସ୍ବାଗତ କରାଗଲା। ସେ ଜଣେ ସାଧାରଣ କର୍ମି ଭାବରେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *