Spread the love

ବିଜେପି ରାଜ୍ୟ ସଭାପତିଙ୍କୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତକଲା ଜିଲ୍ଲା ବିଜେପି

କେନ୍ଦୁଝର, ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବିଜେପି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଆଜି ଘଟଗାଁ ଠାରେ ସ୍ଵାଗତ ସମ୍ବର୍ଦ୍ଧନା କରିବାପରେ ମା ତାରିଣୀଙ୍କର ଦର୍ଶନ ପାଇଁ ପାଛୋଟି ନେଇଥିଲେ କାର୍ଯ୍ୟକର୍ତା ମାନେ । ଦର୍ଶନ ସାରି କାର୍ଯ୍ୟକର୍ତାଙ୍କ ସହିତ ବର୍ତାଳାପ ପରେ ବାଇକ ରାଲିରେ ପାଟଣା ନିର୍ବାଚନ ମଣ୍ଡଳୀ କୁ ଯାଇଥିଲେ । ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଅଛି। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପାଟଣା ବ୍ଲକ୍ ର ମଲିପଶି ଛକ ଠାରୁ ବାଇକ୍ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହଜାର ହଜାର କର୍ମୀଙ୍କୁ ନେଇ ପାଟଣା ନଗର ପଦଯାତ୍ରା କରିଥିଲେ। ତା ପରେ ସାହାର ପଡ଼ା ବ୍ଲକ୍ ର ସହିଦ୍ ହେମନ୍ତ ମହାନ୍ତ ଙ୍କ ସ୍ମୃତି ସ୍ତମ୍ଭ ରୁ ଯାଇ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦୁଝର ରେ ମଧ୍ୟ କାର୍ଯ୍ୟକର୍ତା ମାନେ ଏକ ବାଇକ ରାଲିରେ ସହର ପରିକ୍ରମା କରି ସର୍ବ ପୁରାତନ ଶୈବ ପୀଠ ବାଲୁଙ୍କେଶ୍ୱର ମନ୍ଦିରରୁ ମାଟି ସଂଗ୍ରହ କରିବା ସମୟରେ କୀର୍ତନ ମାଧ୍ୟମରେ ମନ୍ଦିର ପରିକ୍ରମା କରିବା ପରେ ନିକଟସ୍ଥ କିଛି ପରିବାରକୁ ଭେଟି ଥିଲେ । ଶେଷରେ ସଂସ୍କୃତି ଭବନ ରେ ଏକ ସାଙ୍ଗଠାନିକ ବୈଠକ ନେଇଥିଲେ । କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *