Spread the love

ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାଜକନିକା____ ବରୁଣା ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ସହ ଶିକ୍ଷାକର୍ମୀ ଭାବେ କାମ କରିଥିବା ଅକ୍ରୁର ଚରଣ ରାଉତଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅନୁରାଗ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବଡ଼ବାବୁ ବନମାଳୀ ନାୟକ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ରାଜକନିକା ଶିକ୍ଷା ମଣ୍ଡଳର କୈଳାସ ଚନ୍ଦ୍ର ସାହୁ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ସରପଞ୍ଚ ଯଶୋମତୀ ବେହୁରା। ଏସ ଏମ ସିର ସଭାପତି ମଧୁସ୍ମିତା ବିଶ୍ଵାଳ।ମୋ ସ୍କୁଲର ସଭାପତି କିଶୋର କୁମାର ବାରିକ। ଶିକ୍ଷାବିତ ନିର୍ମଳ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ଉମାକାନ୍ତ ନାୟକ, ସମିତି ସଭ୍ୟ ଗୈତମ ବାରିକ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ତନୁଶ୍ରୀ ଦାସ, ସ୍ବାଗତ ଭାଷଣ ଦେଇଥିଲେ ରାମକୃଷ୍ଣ ଦାସ, ମାନପତ୍ର ପଠନ କରିଥିଲେ ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ପରିଡ଼ା, ଧନ୍ୟବାଦ୍ ଦେଇଥିଲେ ଶିକ୍ଷୟିତ୍ରୀ ଦୀପାଞଳି ସାହୁ,ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ସିଦ୍ଧାନ୍ତ କୁମାର ଜେନା, ଅକ୍ଷୟ କୁମାର ବେହୁରିଆ, ମଧୁସ୍ମିତା ସାହୁ,ଶିକ୍ଷା କମିଟିର ସମସ୍ତ ସଦସ୍ୟା ଓ ସଦସ୍ୟ, ଗ୍ରାମବାସୀ ମାନେ। ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ସହଶିକ୍ଷା କର୍ମୀ ଅକ୍ରୁର ଚରଣ ରାଉତ ଜଣେ ଭଲ ହୃଦୟବାନ ଛାତ୍ର ବସ୍ରଳ ଥିଲେ ।ତାଙ୍କ ଚାକିରୀ କାଳରେ କାହାରି ମନରେ ସେ ଦୁଃଖ ଦେଇନାହାନ୍ତି ଓ ସମସ୍ତଙ୍କର ସେ ପ୍ରିୟର ପାତ୍ର ଥିଲେ ।ସେ ସ୍କୁଲର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ଚଳୋଉଥିଲେ ।ତାଙ୍କର ଚଲାପଥ କିଭଳି ଭଲରେ କଟୁ ଅତିଥି ମାନେ ମତପ୍ରକାଶ କରିଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *