Spread the love

( ବିଦ୍ୟାଳୟ ରେ ତାଲା |ଦୁଇ ଗୋଷ୍ଟି ମୁହାଁ ମୁହିଁ )

ଜଗତସିଂହପୁର

ତା =୯/୧୦/23

 

 

:ଗଣଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ଗଣ୍ଡଗୋଳ। ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଗଣଶିକ୍ଷୟତ୍ରୀଙ୍କ ସମର୍ଥକ ଓ ଅଭିଭାବକଙ୍କ ମଧ୍ୟରେ ଗଣ୍ଡଗୋଳ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କନାଗୁଳୀସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲରେ।

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଇଜିଏସ ସେଣ୍ଟର ଗୁଡିକରେ କର୍ତ୍ତବ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୨୦୦୮ମସିହାରେ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ।ଗଣଶିକ୍ଷକ ମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ରହି ପିଲାମାନଙ୍କୁ ପାଠପଢାଇବାକୁ ନିୟମ ଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ କନାଗୁଳୀସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ଦୀର୍ଘ ଆଠବର୍ଷ ଧରି ଜଣେ ଗଣଶିକ୍ଷୟତ୍ରୀ ବେନିୟମ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା।ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି,ଅଭିଭାବକ ଓ ଗ୍ରାମବାସୀ ଏରସମା ମଣ୍ଡଳ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ,ଜିଲ୍ଲାପାଳ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।ଏରସମା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ବିଇଓ କାର୍ଯ୍ୟାଳୟର ଜନୈକ ଏବିଓଙ୍କ କାରସାଦି ରେ ନିଜ କାର୍ଯ୍ୟାଳୟର ଦୋଷ ଘୋଡାଇବା ପାଇଁ ଗଣଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସ୍ୱାଇଙ୍କୁ ଦୁଇଦିନ ତଳେ ପାଖ ନୂଆରତନପୁର ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଥିଲା । ଗଣଶିକ୍ଷୟତ୍ରୀ ର ସମର୍ଥକମାନେ ବଦଳି ଆଦେଶ ବାତିଲ କିମ୍ବା ନୂତନ ଶିକ୍ଷକ ଦେବା ଦାବିରେ ବିଦ୍ୟାଳୟ ଫାଟକ ଆଗରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରି ହୋହାଲ୍ଲା କରିଥିଲେ।ବିଦ୍ୟାଳୟ ଆଗରେ ଗଣଶିକ୍ଷୟତ୍ରୀଙ୍କ ସମର୍ଥକ ଓ କେତେକ ଲୋକ ବ୍ୟାନର ଟାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ମାନେ ସେମାନଙ୍କୁ ବିରୋଧ କରିଥିଲେ।ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ବେଳେ ଘଟଣାସ୍ଥଳରେ ଏରସମା ପୋଲିସ ପହଞ୍ଚି ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।ବିଦ୍ୟାଳୟ ଫାଟକରେ ତାଲା ପକାଇ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ସୁଚନା ମିଳିଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

 

 

 

:

Leave a Reply

Your email address will not be published. Required fields are marked *