Spread the love

( ଜଗତସିଂହପୁର ଜ଼ିଲ୍ଲା ରେ ଛେଳି ଚୋର ଙ୍କ ଆତଙ୍କ ଅଭିଯୋଗ ପାଇ ଥାନାବାବୁ ଚୁପ | ଏସ ପି ଙ୍କୁ ଅଭିଯୋଗ )

ଜଗତସିଂହପୁର

ତା =9/10/23

 

ଜଗତସିଂହପୁର ଜ଼ିଲ୍ଲା ର କୋଣ ଅନୁକୋଣ ରେ ନିଶା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି | ନିଶଗ୍ରସ୍ତ ଯୁବ ସମାଜ ପଥ ଭ୍ରଷ୍ଟ ହୋଇ ଚୋରୀ, ରାହାଜାନି ଆଦି ଅସାମାଜିକ କାର୍ଯ୍ୟପନ୍ଥା କୁ ଆପଣେଇ ନେଇଛନ୍ତି | ଯେଉଁଥିପାଇଁ ଦୈନ ଦିନ ଜଗତସିଂହପୁର ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଛେଳି ଚୋରୀ ବୃଦ୍ଧିପାଉଛି |ଥାନା ଅଧିକାରୀ ଅଭିଯୋଗ ପାଇଁ ଚୁପ ରହୁଛନ୍ତି | ନିରୁପାୟ ହୋଇ ଛେଳି ଚାଷୀ ନ୍ୟାୟ ପାଇବା ପାଇଁ ଏସ ପି ଙ୍କ ଦ୍ଵାରସ୍ତ ହୋଇଛନ୍ତି | ଖବର ନେବାରେ

ଜଣାଯାଇଛି ବାଲିକୁଦା ଥାନା ଅଧୀନରେ ଥିବା ଭୋଦା ଗ୍ରାମର ପୀତବାସ ସେନାପତି ଏବଂ ମିନିଖି ମଲ୍ଲିକ ଏବଂ ସଂଗ୍ରାମପୁର ଗ୍ରାମର ଶଙ୍କର ସେଠୀ ଙ୍କ ଘର ଆଗପଟୁବିଳମ୍ବିତ ରାତିରେ କୋଲପ ଦେଇ ଦୃବୁତ ମାନେ ଗୁହାଳ ଘରେ ବନ୍ଧା ଯାଇଥିବା ଚାଳିଶି ଟି ରୁ ଉର୍ଦ୍ଧ ଛେଳି ସମ୍ପୂର୍ଣ ଚୋରୀ କରି ନେଇଛନ୍ତି | ସକାଳୁ ଗ୍ରାମବାସୀ ମାନେ ଘର କୋଲପ ଭାଙ୍ଗି ତିନି ପରିବାର ଙ୍କୁ ଉଦ୍ଧାର କରି ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି | ସେହିପରି ନାଉଗାଁ ଥାନା ଅଧୀନ ଗାରେଇ ଗ୍ରାମର କାବୁଲି ବିଶ୍ୱାଳ ଙ୍କ ଘରୁ ଦଶ ରୁ ଉର୍ଦ୍ଧ ଛେଳି ଦୃବୁତ ମାନେ ବିଳମ୍ବିତ ରାତିରେ ଚୋରୀ କରି ନେଇଥିବା ସମ୍ପର୍କ ରେ ନାଉଗାଁ ଥାନା ରେ ଅଭିଯୋଗ କରାଯାଇଥିଲେ ମଧ୍ୟ୍ୟ ଛେଳି ଚୋର କୁ ଧରିବାରେ ପୋଲିସ ବିଫଳ ହୋଇଛି | ନାଉଗାଁ, ବାଲିକୁଦା, ଜଗତସିଂହପୁର ଆଦି ଅଞ୍ଚଳରେ ଦୈନ ଦିନ ଛେଳି ଚୋରୀ ବୃଦ୍ଧି ପାଉଛି |ଅଭିଯୋଗ ପାଇ ଅଧିକାରୀ ନିରବ ଥିବାରୁ ନ୍ୟାୟ ପାଇବା ପାଇଁ ସମସ୍ତ ଅଭିଯୁକ୍ତ ଏସ ପି ନିକଟରେ ଅଭିଯୋଗ କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *