Spread the love

ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିରୋଧ ରେ ଜ଼ିଲ୍ଲା ଯୁବ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ )

ଜଗତସିଂହପୁର
ତା =20/2/23

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବିରିଡି ବ୍ଳକ ଅନ୍ତର୍ଗତ ହାଜିପୁର ଠାରେ ଯୁବ କଂଗ୍ରେସ ପକ୍ଷରୁ ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସାଫି ଆଜନ | ସତ୍ୟଜିତ ମହାନ୍ତି | ମୁକ୍ତାର ଅଲ୍ଲୀ | ସାଇ ପ୍ରବଞ୍ଜନ | ତର୍ପଣ ଶତପଥି ପ୍ରମୁଖ ଦାବି କରିଛନ୍ତି ।ଗୋଟିଏ ପଟେ ବିଧାୟକଙ୍କୁ ସମର୍ଥନ କରି ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତିର୍ତ୍ତୋଲ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କ ସପକ୍ଷରେ ଯୁକ୍ତି ରଖିଥିବା ବେଳେ
ତିର୍ତ୍ତୋଲ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ବିରିଡିସ୍ଥିତ ପ୍ରମିଳା ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏତଲା ଦେବାର 19 ଦିନ ପରେ ପୋଲିସ କାହିଁକି ବିଧାୟକଙ୍କୁ ଡାକି ପଚରାଉଚରା କରୁନାହିଁ ବୋଲି ପ୍ରଶ୍ନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଧାୟକ ନିଜ ପଦବୀ ରୁ ଇସ୍ତପା ଦେବାକୁ ଦାବି କରାଯାଇଛି । ନଚେତ ଜ଼ିଲ୍ଲା ଯୁବ କଂଗ୍ରେସ ରାଜ ରାସ୍ତା କୁ ଓଲ୍ଲାଇ ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *