Spread the love

ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଢେଙ୍କାନାଳ ସାଂସଦ, କେନ୍ଦ୍ର ଖଣି ମନ୍ତ୍ରୀ ଙ୍କୁ ଦେଖା ସହ ଦାବି ଗୁଡିକ ବିଷୟରେ ଆଲୋଚନା

ଅନୁଗୋଳ:-

୧୭ତମ ଲୋକସେବା ଅନ୍ତର୍ଗତ ଚଳିତ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ସେଠାରେ ଯୋଗ ଦେବାକୁ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଦିଲ୍ଲୀ ଯାଇଛନ୍ତି , ଦିଲ୍ଲୀ ରେ ସେ କେନ୍ଦ୍ର ସରକାର ଙ୍କ ସଂସଦୀୟ ବ୍ୟାପାର , କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଯୋଶୀ ଙ୍କ ସାଂସଦୀୟ କାର୍ଯ୍ୟାଳୟ ରେ ତାଙ୍କୁ ଭେଟ କରି ନିଜ ଅଞ୍ଚଳର ଅନେକ ସମସ୍ୟା ଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି , ନାଲକୋ କାରଖାନା ର ଦୀର୍ଘ ବର୍ଷର ଦାବି ଗୁଡିକ ଯଥା -ନାଲକୋର ପାରିପାର୍ଶ୍ଵିକ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହିତ ନାଲକୋ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜା କିପରି ନାଲକୋ ରେ ଠିକା ଭିତ୍ତିକ ନିଯୁକ୍ତି ପାଇବେ , ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ର ସଦସ୍ୟ ମାନଙ୍କର ଯେଉଁ ଦୀର୍ଘ ଦିନ ର ଦାବୀ ସେମାନଙ୍କୁ ନାଲକୋ ରେ ସ୍ଥାୟୀ ନିଯୁକ୍ତି ଦେବା, ଜିଲ୍ଲା ଖଣିଜ ପାଣ୍ଠି ର ସଠିକ ବିନିଯୋଗ , ସାଂସଦ ପାଣ୍ଠି କୁ ତୁରନ୍ତ ହସ୍ତାନ୍ତର କରିବା ଆଦି ବିଭିନ୍ନ ସମସ୍ୟା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ଣ୍ଣପାତ କରୁ ନାହାନ୍ତି ବା ବିଭାଗୀୟ ମନ୍ତ୍ରୀ ବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ତାହାକୁ ଶୀଘ୍ର ସମାଧାନ ପାଇଁ ଅପିଲ କରିଥିଲେ | ସାଂସଦ ଙ୍କ କହିବା ଯେ ଯେଉଁ ମାନଙ୍କ ତ୍ୟାଗ ,ତପସ୍ୟା ଓ ଜମି ପ୍ରତିବଦଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଏତେ ସଂଖ୍ୟକ କଳ କାରଖାନା ଗଢି ଉଠିଛି ସେମାନଙ୍କ ପାଇଁ କେନ୍ଦ୍ର ସରକାର ର ଯେଉଁ ଭଳି ଭାବରେ ମନଭାବ ପୋଷଣ କରୁଛି ତାହା ସତରେ ନିନ୍ଦନୀୟ ଅଟେ |।ତେଣୁ ଅତି ଦୁଃଖ ର ସହ କ୍ଷୋଭ ପ୍ରକାଶ କରି ସାଂସଦ ମହେଶ ସାହୁ ମାନ୍ୟବର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ମୌଳିକ ସମସ୍ୟା ଗୁଡିକୁ ଗୋଟି ଗୋଟି କରି ଦାବି ଉପସ୍ଥାପନ କରିଥଲେ ।ଏବଂ ମନ୍ତ୍ରୀ ମହୋଦୟ ମଧ୍ୟ ମାନ୍ୟବର ସାଂସଦ ଙ୍କ ସମସ୍ତ ଦାବୀ ଗୁଡିକୁ ଅତି ଗମ୍ଭୀରତାର ସହ ନେଇ କହିଥିଲେ କି ଏହି ବିଷୟରେ ସମ୍ବଧରେ ମୁଁ ଅବଗତ ଅଛି କିନ୍ତୁ ଆଇନତଃ କଣ କରାଯାଇ ପାରିବ ଦେଖି ନିଶ୍ଚିତ ଭାବେ ଆପଣ ଦାବି ଗୁଡିକ ବିଚାରକୁ ନେଇ ସମାଧାନ କରିବି ଓ ବିଭାଗୀୟ ଅଧିକାରୀ ଙ୍କୁ ମୁଁ ତୁରନ୍ତ ପଦକ୍ଷେପ ନେବାକୁ କହିବି ।

ବ୍ୟୁରୋ ରିପୋର୍ଟ

Leave a Reply

Your email address will not be published. Required fields are marked *