Spread the love

ବିଶ୍ଵନାଥପୁର ଠାରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ଦହି ପଣା ବଣ୍ଟନ

ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡିଆ ଏସୋସିଏସନ୍ ପକ୍ଷରୁ ବିଶ୍ଵନାଥପୁର ବିଜେପୁର ଛକ ତ୍ରିନାଥ ମନ୍ଦିର ସମ୍ମୁଖରେ ଦହି ପଣା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସମାଜସେବୀ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି,ବନ ଦଲେଇ, କେ ସନ୍ତୋଷ କୁମାର ପାତ୍ର, ବିଶ୍ଵନାଥପୁର ଏସଆଇ ରଜନୀକାନ୍ତ ଦୋରା,ବୁଦ୍ଦାରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପିଇଡବ୍ଲୁ ମିଡିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏସୋସିଏସନର ବରିଷ୍ଠ ଉପଦେଷ୍ଟା ବି.ତିରୁପତି ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଜି ବିଶ୍ଵନାଥପୁର ସାପ୍ତାହିକ ବଜାର ଥିବାରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଦହି ପଣା ବଣ୍ଟନ କରାଯାଥିଲା। ଏଥିରେ ଏସୋସିଏସନର ଉପସଭାପତି ଅଜିତ ମାଝୀ,ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ମଲୟ ବେନୁଆ, ଦେବାନନ୍ଦ ମାଝୀ,ଦିଲପ ହରିଜନ,ମନୋଜ ଦୋରା,ଦିଲିପ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସୋସିଏସନ ସଭାପତି ଶ୍ରୀ ନାଗ ପ୍ରକାଶ କରିଛନ୍ତି। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *