Spread the love

ବିଶ୍ଵ ପରିବେଶ ଦିବସ ଅବସରରେ ଥାଟୋଇ ମ୍ୟୁଚୟାଲ ଇନଭେଣ୍ଟମେଣ୍ଟ ତରଫରୁ ଏକ ପରିବେଶ ସ୍ବଛ ନିମିତ୍ତ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଆଜି ବିଶ୍ଵ ପରିବେଶ ଦିବସ ଅବସର ରେ ଥାଟୋଇ ମ୍ୟୁଚୟାଲ ଇନଭେଣ୍ଟମେଣ୍ଟ ତରଫରୁ ଏକ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରିୟବ୍ରତ ଥାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସିଂହପୁରର ବଳିଷ୍ଠ ନାଗରିକ ମଞର ସଭାପତି ଇଞ୍ଜିନିୟର ପଦ୍ମନାଭ ଦାସ, ଉପସଭାପତି, ସୁଶାନ୍ତ କୁମାର ନାୟକ, ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ, ଅନିରୁଦ୍ଧ ବେଉରିଆ, ପ୍ରିୟବ୍ରତ ପଟ୍ଟନାୟକ,ଅଭିଷେକ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଆସ ଲଗାଇବା ଗଛ ପରିବେଶ
ହେବ ସ୍ବଛ ଏବଂ ଖାଲି ଗଛ ଲଗେଇଲେ ହେବନାହିଁ , ଗଛକୁ ଯନ୍ତ୍ର ସହକାରେ ପାଣି
ଦେବାକୁ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦିପ କୁମାର ଜେନା, ନାରାୟଣ ଚନ୍ଦ୍ର ଦାସ,କଳାକାର ପାତ୍ର, ସୁବାସ ଚନ୍ଦ୍ର ପ୍ରଧାନ,ଭରତ ଚନ୍ଦ୍ର ନାୟକ, ରତ୍ନାକର ସାହୁ, ମେଘନାଦ ମହାଳିକ, ଘନଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୁବ୍ରତ ଥାଟୋଇ ଓ ପ୍ରଶାନ୍ତ ଥାଟୋଇ ସହଯୋଗ କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *