Spread the love

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅମ୍ବାଭୋନା -୨୭/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର
ଅମ୍ବାଭୋନା ପଞ୍ଚାୟତ ପକ୍ଷରୁ ବାବା କେଦାରନାଥ ପୀଠ ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ଅମ୍ବାଭୋନା କେଦାରନାଥ ପୀଠ ରେ ସ୍ୱଚ୍ଛତା ଶପଥ ପାଠ କରିବା ସହ ମନ୍ଦିର ପରିସରକୁ ସ୍ୱଚ୍ଛତା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ କେଦାରନାଥ ମନ୍ଦିର ର ଟ୍ରଷ୍ଟି ଶ୍ରୀମାନ ସଚ୍ଚିଦାନନ୍ଦ ପୁରୋହିତ ,ଜିଲ୍ଲା ପରିମଳ ବିଭାଗ ର ଶ୍ରୀମାନ ଲିଙ୍ଗରାଜ ଦାଶ ,ମଧୁସୂଦନ ସେଠି ,ଅମ୍ବାଭୋନା ବ୍ଲକ ପରିମଳ ବିଭାଗର ସତ୍ୟରାମ ମାଝି ସହ ଅମ୍ବାଭୋନା ଅଞ୍ଚଳର ସି .ଆର
.ପି ,ଆଶା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦାନ କରିଥିଲେ ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *