Spread the love

ବୀଣାପାଣି ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଜମନକିରା / ଫାସିମାଲ :୧୪/୧: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଗରିଆ ବାହାଲ ସ୍ଥିତ ମକର ଯାତ୍ରା ମଣ୍ଡପ ଥରେ ଯାତ୍ରା କମିଟି ସହାୟତାରେ ମା ବୀଣାପାଣି ସାହିତ୍ୟ ସଂସଦ ପକ୍ଷରୁ ଏହାର ସଭାପତି,ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲୀ ଧର ନାୟକଙ୍କ ସଭାପତିତ୍ବରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ, ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମକର ଯାତ୍ରାର ମାହାତ୍ମ୍ୟ ଓ ଆଜି ବ୍ୟାସକବି ଫକୀର ମୋହନ ଙ୍କ ଉଭୟ ଜୟନ୍ତୀ ଓ ସ୍ମୁତି ଦିବସ ହୋଇ ଥିବାରୁ ତାଙ୍କର ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା,ସାହିତ୍ୟ ପ୍ରତି ଅବଦାନର ସ୍ମୁତି ଚାରଣ କରି ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଝାରସୁଗୁଡ଼ା ର ସାହିତ୍ୟିକ ପ୍ରେମ ସାଗର ଦେହେରିଆ,ଦେବଗଡ଼ ର ସାହିତ୍ୟିକ ବିପିନ ବିହାରୀ ପୃଷ୍ଟି ଓ କୁଚିଣ୍ଡାର ଗୁଦ ଗୁଦ ସାହିତ୍ୟ ସଂସଦର ସମ୍ପାଦକ ଶେଖର ବନମାଳୀ ନାମଦେଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସମ୍ମିଳନୀରେ କୁଚିଣ୍ଡା, ଜମନକିରା,ହୀରାକୁଦ ,ଦେବଗଡ଼,ଝାରସୁଗୁଡ଼ା ଆଦି ଅଞ୍ଚଳରୁ ଅର୍ଦ୍ଧ ଶତାଧିକ କବି ଯୋଗଦାନ କରିଥିଲେ ।କବିତା ପାଠ ପରେ ପୂର୍ବତନ ବିଧାୟକ ଶ୍ରୀ ବୃନ୍ଦାବନ ମାଝୀଙ୍କୁ ଜଣେ ଆଦର୍ଶ ରାଜନେତା,ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକଙ୍କୁ ତାଙ୍କର ଜୀବନ ବ୍ୟାପୀ ସାହିତ୍ୟ ସାଧନା, ଅବସରପ୍ରାପ୍ତ ବି ଡି ଓ ଓ କବି ମୁରଲୀ ଧର ନାଏକ, ବିନାୟକ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ମୁକ୍ତେଶ୍ଵର ସାହିତ୍ୟ ସଂସଦ ର ସମ୍ପାଦକ ପ୍ରମୋଦ ନାୟକ,ଅଧ୍ୟକ୍ଷ ଜ୍ୟୋତ୍ସ୍ନା ରାଣୀ ଦଳ ବେହେରା,ସଂଗଠକ ହର ମୋହନ ପଟେଲଙ୍କୁ ସାହିତ୍ୟ ସଂସଦ ଓ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯାଇଥିବା ବେଳେ ସାହିତ୍ୟ ସଂଗଠକ ହର ମୋହନ ପଟେଲଙ୍କୁ ମାନପତ୍ର,ଉପଢ଼ଉକନ ଓ ଉତ୍ତରି ଦେଇ ସମ୍ମାନିତ କରାଯାଇଥିଲା । କବି ସମ୍ମିଳନୀ ଉତ୍ତମ ଭାବରେ ଆୟୋଜନ କରିଥିବାରୁ ନରେଶ ଚନ୍ଦ୍ର ପଟେଲ,ଉମେଶ ପଟେଲ,ପ୍ୟାରୀ ମୋହନ ପଟେଲ, ଗୋପୀନାଥ ନାୟକ,ଦଇତାରୀ ପଟେଲ, ବାବୁଲୁ ପଟେଲ ପ୍ରମୁଖଙ୍କ ମଧ୍ୟ ସମ୍ମର୍ଦ୍ଧନ ଦିଆଯାଇଥିଲା ।ଶେଷରେ ଆବାହକ ହରମୋହନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ପ୍ରମୋଦ କର୍ସେଲ, ସୁଦର୍ଶନ ପାଣି,ଅକ୍ଷୟ ଦେହୁରୀ, ବସନ୍ତ ଚୌଧୁରୀ, ସରୋଜ ମେହେର,ଶୁରୁ ମଣି ସୁନାନୀ,ହୃଷୀକେଶ ପଟେଲ ପ୍ରମୁଖଙ୍କ କବିତା ପାଠ ଆକର୍ଷଣୀୟ ହୋଇଥିଲା ।

Leave a Reply

Your email address will not be published. Required fields are marked *