Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବେଗୁନିଆପଡା ବ୍ଲକ ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୩.୦୪.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମାଳ ବେଲପଡା, ଷଣ୍ଢମୂଳ, ତାଳସର ଆଦି ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା ଭିତରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମେରୁ ପଡ଼ିଆ ରେ ଦଣ୍ଡୁଆ ମାନଙ୍କ ଦ୍ଵାରା ଧୂଳି ଦଣ୍ଡ, ପାଣିଦଣ୍ଡ, ଅଗ୍ନି ଦଣ୍ଡ, ମା କାଳୀଙ୍କ ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମାସନ୍ତ ମେରୁ ଯାତ୍ରା ସମାପନ ହୋଇଯାଇଛି।

କୋଭିଡ୍ ଯୋଗୁ ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ବହୁତ କମ୍ ପରିଲକ୍ଷିତ ହୋଇଥିଲା ।

ଆସନ୍ତା କାଲି ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ଏବଂ ହନୁମାନ ଜୟନ୍ତୀ ପାଳିତ ହେବ ବୋଲି ସୂଚନା ମିଳିଛି ।