Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବେଗୁନିଆପଡା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କୁ ଗୁଳିକରି ନିର୍ମମ ହତ୍ୟା 

ଜେ ବି ଏନ,, ବ୍ରହ୍ମପୁର( ଟୁକୁନା ପ୍ରଧାନ, ୨୦.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଅତି ନିକଟରୁ ଗୁଳିମାଡ଼ କରି ନିର୍ମମ ହତ୍ଯା କରାଯାଇଛି। ମିଳିଥିବା ସୂଚନାନୁସାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକରେ ଆଜି ସକାଳେ ଚାହା ପିଉଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ହଠାତ୍ ଏକ କାର ଯୋଗେ ୩ ରୁ ୪ଜଣ ଦୁର୍ବୃତ୍ତ ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତୁ ହୋଇଥିଲା।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ସହ ଚାଞ୍ଚଲ୍ଯ ଖେଳି ଯାଇଛି, ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ବୃତମାନଙ୍କର ପତ୍ତା ମିଳିପାରି ନଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।ଘଟଣା ସ୍ଥଳରେ ଗଞ୍ଜାମ ଏସ୍ ପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସ.ଡି.ପି.ଓ ସୀମା ସ୍ୱାଇଁ, ଛତ୍ରପୁର ଏସ୍ ଡି ପିଓ ଗୌତମ କିଷାନ, କୋଦଳା ଆଇ.ଆଇ.ସି ଦେବାଶିଷ ମହାନ୍ତି, ପୋଲସରା ଥାନା ଆଇ ଆଇ ସି ଜିତେନ୍ଦ୍ର କୁମାର ମଲ୍ଲିକ , ଖଲ୍ଲିକୋଟ ଆଇ.ଆଇ.ସି ସତ୍ୟ ରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ, ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚୀ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । କବିସୂର୍ଯ୍ଯନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁଖଃ ପ୍ରକାଶ କରିବା ସହ ଏଭଳି ଘଟଣା କୁ ନିନ୍ଦା କରିଛନ୍ତି ।