Spread the love

ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଦ୍ରୁତ ଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ପ୍ରାୟ ଶହେରୁ ଦେଢ଼ଶହ ମିଟର ଦୂରତାରେ ତଥା ବଡ଼ବିଲ ବୟନିକା ସମ୍ମୁଖରେ ଦେଖିବାକୁ ମିଳିଛି ଏହିଭଳି ଏକ ଦୁର୍ଘଟଣା। ଆଇରନ ବୋଝେଇ ODO9 K 1332 ନମ୍ବର୍ ବିଶିଷ୍ଟ ଏକ ହାଇୱା ଗାଡ଼ି ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚାଳନା କରି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ଆଇରନ ରାସ୍ତା କଡ଼ରେ ବିଛାଇ ହୋଇ ପଡ଼ିଥିଲା, ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଚାଳକକୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *