Spread the love

ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ମିଳିଲା ହତ୍ୟା ଧମକ । କେହି ଜଣେ ଫୋନ କଲରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମେୟର । ଏନେଇ ମେୟର ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି ।

ତେବେ ଗତ ୨୯ ତାରିଖରେ ମେୟରଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିବା ସହ ହତ୍ୟା ଧମକ ମିଳିଥିଲା ।

ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ । ପ୍ରାଥମିକ ଯାଞ୍ଚ କରିବା ପରେ ଉକ୍ତ ନମ୍ବରଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା । ତେବେ ଦୀର୍ଘ ବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିବସିଛନ୍ତି । ହେଲେ କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା।ହେଲେ ମେୟରଙ୍କୁ ଆସିଥିବା ଧମକ କଲରେ ଏବେ ତାଙ୍କ ନାଁ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ବାସ୍ତବରେ ଲଲିତ ଏପରି କରିଛନ୍ତି କି ନାହିଁ, ସେନେଇ ତାଙ୍କ ପ୍ରତିକ୍ରିୟା ମିଳିନାହିଁ । ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *