Spread the love

ବ୍ରହ୍ମପୁର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟ ଫର୍ମରେ IRCTCଅଧୀନରେ ଥିବା ବନ୍ଦ ଫୁଡ ଟ୍ରାକ କୁ ପୁଣି ଖୋଲିବା ପାଇଁ ସାଧାରଣରେ ଦାବୀ

ବ୍ରହ୍ମପୁର..ଦକ୍ଷିଣ ଓଡିଶାର ଗମନା ଗମନର ମୂଖ୍ୟ ପେଣ୍ଠ ସ୍ଥଳ ବ୍ରହ୍ମପୁର ରେଳ ଷ୍ଟେସନ l ବ୍ରହ୍ମପୁର ରେଳ ଷ୍ଟେସନ ଉପରେ ୧୦ ଗୋଟି ଜିଲ୍ଲାବାସୀ ନିର୍ଭର କରୁଛନ୍ତି, ଏଠାରୁ ହାଇଦ୍ରାବାଦ ଠାରୁ ଆରମ୍ଭ କରି ମୁମ୍ବାଇ,କଲିକତା,ଚେନ୍ନାଇ ସମେତ ରାଜ୍ୟ ବାହାରକୁ ଯିବା ପାଇଁ ରେଳ ପଥର ଏକ ମାତ୍ର ମାଧ୍ୟମ ବ୍ରହ୍ମପୁର ରେଳ ଷ୍ଟେସନ l IRCTC ପକ୍ଷରୁ ଉତ୍ତମ ଖାଦ୍ୟ ଯାତ୍ରୀ ମାନଙ୍କ ଉର୍ଦେଶ୍ୟରେ ଏକ ନମ୍ବର ପ୍ଲାଟଫର୍ମ ରେ ଫୁଡ୍ ଟ୍ରାକ ପ୍ରତିଷ୍ଠା ହୋଇଥିଲା କିନ୍ତୁ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ହେବ ଫୁତ୍ ଟ୍ରାକ ବନ୍ଦ ରହିଛି l ଯାହା ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ହନ୍ତ ସନ୍ତ ହେଉଛନ୍ତି l ଖାଦ୍ୟ ପାଇଁ ଯାତ୍ରୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଷ୍ଟେସନ୍ ବାହାରୁ କିଣି ଖାଇବା ପାଇଁ ପାଇଁ ବାଧ୍ୟ ହେଉଛନ୍ତି l

IRCTC ଠାରୁ ଫୁଡ୍ ଟ୍ରାକ ସବ୍ ଲିଜ ନେଇଥିବା ସଂସ୍ଥା ଭେଙ୍କେଟସ୍ୱର ଇଣ୍ଟରପ୍ରାଇଯେସର ମାଲିକ ସାଇ ନାରାୟଣ ଓ ସାଇ କ୍ରିଷ୍ଣା ଉଭୟ ସମୀର ଏବଂ ନିରଞ୍ଜନ ଠାରୁ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ନେଇସାରିଛି, ତଥାପି ଫୁଡ୍ ଟ୍ରାକ ଖୋଲିବା ପାଇଁ ଦେଉନାହାନ୍ତି କି ଟଙ୍କା ମଧ୍ୟ ଫେରସ୍ତ କରୁନାହାନ୍ତି l ଦୁଇ ଥରରୁ ଉର୍ଦ୍ଧ ଜିଆରପି ଥାନାରେ ଅଭିଯୋଗ ପରେ କୌଣସି ସୁଫଳ ମିଳିନାହିଁ l ଏପଟେ ସମୀର ଆଉ ନିରଞ୍ଜନ ଉକ୍ତ ସଂସ୍ଥା କୁ ଟଙ୍କା ମାଗିଲେ ଗୁଣ୍ଡା ଲଗେଇ ଧମକ ଦେଉଛନ୍ତି ସାଇ କ୍ରିଷ୍ଣା ଓ ସାଇ ନାରାୟଣ lତୁରନ୍ତ ଫୁଡ୍ ଟ୍ରାକ ଖୋଲିବା ପାଇଁ ଦାବୀ କରିଛନ୍ତି ରେଳ ଯାତ୍ରୀ l

Leave a Reply

Your email address will not be published. Required fields are marked *