Spread the love

ବ୍ରହ୍ମପୁର, ୩/୮ : ଅଟଳ ଯୁବ ବାହିନୀ ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବି.ରବି ରାଓଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର ଶ୍ରୀରାମ ନଗର ସ୍ଥିତ ଭଜରାମ ବିହାର ଠାରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଟଳ ଯୁବ ବାହିନୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ “ବୃକ୍ଷରୋପଣ” ଅଭିଯାନ କାର୍ଯ୍ୟକ୍ରମ କରିବା ନିମନ୍ତେ ନିଷ୍ପତ୍ତି ନେଇଛି ।

ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ “ବୃକ୍ଷ ହିଁ ଜୀବନ” କୁ ମୂଳମନ୍ତ୍ର କରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମା’ ପାଇଁ ଗଛଟିଏ” ମନ୍ତ୍ରର ଆହ୍ବାନ କୁ ନେଇ ଆଜି ୧୦୦ ରୁ ଉର୍ଦ୍ଧ “ବୃକ୍ଷରୋପଣ” କରାଯାଇଛି । ଏହି ଅବସରରେ ଅଟଳ ଯୁବ ବାହିନୀର ସଭାପତି ଶିବ ଶଙ୍କର ପତି ଯୋଗ ଦେଇ କହିଛନ୍ତି ଯେ, ଏହି ଅଭିଯାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ପରିବେଶ ସୁରକ୍ଷା ଉଦ୍ୟମର ଏକ ଅଂଶ, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ତିଆରି କରିବା ।

ଆଜିର ଏହି “ବୃକ୍ଷରୋପଣ” ଅଭିଯାନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ ପାତ୍ର,କିଶୋର କୁମାର ସାହୁ,ଜି.ବିଜୟ ପାତ୍ର,ଆଇନଜିବୀ କୁଞ୍ଜବିହାରୀ ପଣ୍ଡା,ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଶକ୍ତି ପଟ୍ଟନାୟକ,ଶୀତଲ ଜେନା,ଦେବୁନ ପଟ୍ଟନାୟକ,ଅଖିଲ ବେହେରା,କୃଷ୍ଣ ପୋଲାଇ,ଆଲୋକ ସାହୁ,ଲିପୂନ୍ ପଟ୍ଟନାୟକ,ରଜତ ପଟ୍ଟନାୟକ,ଚିତ୍ତରଞ୍ଜନ ସାହୁ,ଅଜୟ ଦାସ,ମନୋଜ ପାଣିଗ୍ରାହୀ,ସାଗର ମୁଖୀ,ପ୍ରିୟଙ୍କର ସ୍ୱାଇଁ,ଯୋଗେଶ୍ୱର ଗୈାଡ଼,ପ୍ରଫୁଲ୍ଲ ସାହୁ,ସଞ୍ଜୟ କୁମାର ଦାସ,ସାଗର ସାହୁ,ସରୋଜ ଦାସ,ବିରଜା ସାହୁ,ଶ୍ରୀଧର ପାଳ,ଅମର ସାହୁ,ଭାବଗ୍ରାହୀ ପାଳ, ଧର୍ମରାଜ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୈାଧୁରୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *