Spread the love

ବ୍ଳକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର

ଅମ୍ବାଭୋନା -୨୨/୦୯/୨୦୨୩-ଅମ୍ବାଭୋନା ବ୍ଳକ ପ୍ରଶାସନ ଓ କଳା ସଂସ୍କୃତି ମିଲିତ ଆନୁକୁଲ୍ୟରେ ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଳକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ ଏବଂ ସମ୍ମାନିତ ଅତିଥିଭାବେ ବରିଷ୍ଠ କଳାକାର ପରମେଶ୍ବର ଭୁଏ, ରବିଶଙ୍କର ବେହେରା, ବାସୁଦେବ ପଶାୟତ ପ୍ରମୁଖ ଉପସ୍ଥିତ ରହିଥିଲେ। ଅମ୍ବାଭୋନା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଟିକେଶ୍ବର ପଟେଲ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୪ କଳାକାରଗୃପ ର ମୁଖ୍ୟ ତଥା ଗୁରୁ ସାମିଲ ହୋଇଥିଲେ। ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ଓ ପ୍ରସାର ନିମନ୍ତେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ସୂଚନା , ଶିକ୍ଷା ଯୋଗାଯୋଗ ଉପକ୍ରମ ରେ ଲୋକକଳାର ପ୍ରୟୋଗ ଏହି କାର୍ଯ୍ୟକ୍ରମର ମୁଲ ଲକ୍ଷ୍ୟ ରହିଛି।ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *