Spread the love

ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ କଲେ ହିନ୍ଦୋଳ ବିଧାୟିକା

  • ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ବ୍ୟାଡମିଣ୍ଟନ୍ କିଟ୍ ବଣ୍ଟନ
    ହିନ୍ଦୋଳ, ୩୦ ଜୁଲାଇ ୨୦୨୬: ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌‌ଏମ୍‌‌) ପକ୍ଷରୁ ହିନ୍ଦୋଳର ବ୍ୟାଡମିଣ୍ଟନ୍ ଖେଳାଳିମାନଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ କ୍ରୀଡ଼ା ଉପକରଣ (ବ୍ୟାଡମିଣ୍ଟନ୍ କିଟ୍‌‌) ବଣ୍ଟନ କରାଯାଇଛି।
    ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକ, ହିନ୍ଦୋଳ ଉପ-ଜିଲ୍ଲାପାଳ ଶ୍ରୀ ପ୍ରବାସ କୁମାର ବେହୁରା, ହିନ୍ଦୋଳ ତହସିଲଦାର ଦିଲ୍ଲୀପ ସେଠୀ, ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ ସାରା ପ୍ରମୁଖ ଉପସ୍ଥିତ ରହି ଯୁବ କ୍ରୀଡ଼ାବିତ୍‌‌ଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଟିଏମ୍‌‌ଏମ୍‌‌ର କର୍ପୋରେଟ୍ ସର୍ଭିସେସ୍‌‌‌ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସମେତ ଟାଟା ଷ୍ଟିଲ ମେରାମଣ୍ଡଳୀର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
    ଯୁବ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ସହ ଅଧିକ ଛାତ୍ରଛାତ୍ରୀଙ୍କୁ ବ୍ୟାଡମିଣ୍ଟନ୍ ଖେଳ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି କ୍ରୀଡ଼ା ଉପକରଣ ବଣ୍ଟନ କରାଯାଇଛି।
    ସୂଚନା ଥାଉ କି, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଆଖପାଖ ଗ୍ରାମାଞ୍ଚଳରେ ଥିବା ପ୍ରତିଭାଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦେବା ପାଇଁ ଟିଏସ୍‌‌‌ଏଫ୍ ନିରନ୍ତର କାର୍ଯ୍ୟ କରିଆସୁଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନର ଭଲିବଲ୍ କୋଚିଂରେ ୧୨୦ ରୁ ଅଧିକ କିଶୋରୀଙ୍କ ସମେତ ମୋଟ ୬୬୮ ଜଣ ପ୍ରଶିକ୍ଷଣ ନେଉଛନ୍ତି। ଏହି କୋଚିଂ ସେଣ୍ଟରରୁ ପ୍ରଶିକ୍ଷଣ ଆରମ୍ଭ କରିଥିବା ଢେଙ୍କାନାଳ ଜିଲ୍ଲା ଶିବପୁର ପଞ୍ଚାୟତର ସୌମ୍ୟରଞ୍ଜନ ସାମଲ ୨୦୨୬ ଏଭିସି ବଏଜ୍ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍‌ରେ ଭାଗ ନେଇ ଫେରିଛନ୍ତି।

Leave a Reply

Your email address will not be published. Required fields are marked *