Spread the love

ଭଉଣୀ କୁ ମାଡ ମାରିବା ଅଭିଯୋଗ ରେ ଭାଇ ନାଁ ରେ ଥାନାରେ ମାମଲା

ଅନୁଗୋଳ:କ୍ୟାନ୍ସର ପୀଡ଼ିତା ମାଙ୍କୁ ଦେଖିବାକୁ ବାପା ଘର କୁ ଭଉଣୀ ଯାଇଥିବା ବେଳେ ଭାଇ ମାଡ଼ ରେ ଭଉଣୀ ଆହତ ହୋଇଥିବା ନେଇ ନାଲକୋ ଥାନା ରେ ମାମଲା ଦାୟର ହୋଇଛି । ଘଟଣା ଏହି ଭଳି ସୋନମ୍ ମହାନ୍ତି ନିଜ ବାପା ଭାଇ ଓ ମା ଙ୍କୁ ପୂର୍ବରୁ ଅନେକ ପ୍ରକାର ସାହାଯ୍ୟ ସହାନୁଭୂତି ଓ ପ୍ରତ୍ୟେକ ବିପଦ ସମୟର ସାହାଯ୍ୟ ସହଯୋଗ କରି ଆସୁଥିଲେ,ହେଲେ ଆଜକୁ ପ୍ରାୟ ୪ ବର୍ଷ ତଳେ ନିଜ ଭାଇ ସୁଜିତ୍ ର ବିବାହ ଠାରୁ ସୁଜିତ, ସୋନମ ଓ ତାଙ୍କ ପରିବାର କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ଆରମ୍ଭ କଲେ ଯାହାକୁ ନେଇ ସେବେ ଠାରୁ ତାଙ୍କ ଘର ଲୋକଙ୍କ ସହିତ ମତାନ୍ତର ଲାଗି ରହିଥିଲା ,ତେବେ ସୋନମ୍ ଙ୍କ ମା ଙ୍କ ଦେହ ଅସୁସ୍ଥ ଖବର ପାଇ ସେ ନିଜ ସ୍ବାମୀ ଙ୍କ ସହିତ ପିଙ୍ଗୁଆ ସ୍ଥିତ ନିଜ ବାପା ଙ୍କ ଘରକୁ ଯାଇଥିଲେ । ତାଙ୍କୁ ଦେଖି ସୁଜିତ୍ ର ଶଶୁର ଓ ଶାଶୁ କବାଟ ବନ୍ଦ କରିଦେଇଥିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ମଧ୍ୟ କବାଟ ନ ଖୋଲିବାରୁ ଗ୍ରାମ ର ସଭାପତି ,ସେକ୍ରେଟାରୀ ଓ କିଛି ଭଦ୍ର ଲୋକ ଙ୍କୁ ଏ ବିଷୟ ରେ ଜଣାଇଥିଲେ । କିଛି ସମୟ ମଧ୍ୟରେ ସୋନମ୍ ଙ୍କ ବାପା ବାହାରୁ ଘରକୁ ଯାଉଥିବା ଦେଖି ସୋନମ୍ ମଧ୍ୟ ଘର ଭିତରକୁ ଯାଇଥିଲେ , ତେବେ ଘର ଭିତର ପଶୁ ପଶୁ ତାଙ୍କ ଭାଇ ସୁଜିତ୍ ମହାନ୍ତି ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ଏକ ଶାବଳ ସାହଯ୍ୟ ରେ ମାରିବାକୁ ଗୋଡାଇ ଥିଲେ , ଏଥି ସହିତ ତାଙ୍କୁ ଅତି ଅଭଦ୍ର ଭାଷା ରେ ଗାଳି କରିବା ସହ ତଣ୍ଟି କୁ ଚିପି ଦେଇଥିଲେ ,ସେଠାରେ ଉପସ୍ଥିତ ସୁଜିତ ର ସ୍ତ୍ରୀ, ଶାଶୁ ଓ ଶଶୁର ତାଙ୍କୁ ଉଦ୍ଧାର କରିଥିଲେ । ତେବେ ସୁଜିତ୍ ସମ୍ପତି ଲୋଭରେ ନିଜ ସ୍ତ୍ରୀ ,ଶାଶୁ ଓ ଶଶୁରଙ୍କ କଥାରେ ପଡି ନିଜର ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କରିଥିବା ଜଣା ପଡ଼ିଛି । ସୋନମ୍ ନାଲକୋ ଥାନାରେ ନିଜର ଭାଇ ସୁଜିତ୍ ମହାନ୍ତି ଙ୍କ ନାଆଁ ରେ ଲିଖିତ ଅଭିଯୋଗ ପରେ ଥାନା ବାବୁଙ୍କ ଦ୍ଵାରା ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇଥିଲେ,ନାଲକୋ ପୋଲିସ ସୁଜିତ ଙ୍କ ନାମରେ ମାମଲା ଦାୟର କରି ଏହାର ତଦନ୍ତ ଚଳାଇଛନ୍ତି,ନ୍ୟାୟ ଅପେକ୍ଷା ରେ ସୋନମ୍ ,ଦରକାର୍ ପଡ଼ିଲେ ହ୍ୟୁମାନରାଇଟ୍ସ ଓ ମହିଳା କମିଶନରଙ୍କ ଦ୍ବାରସ୍ଥ ହେବେ ବୁଲି ସୂଚନା ଦେଇଛନ୍ତି । ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *