Spread the love

ସୁକିନ୍ଦା ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୬ ତାରିଖରେ ବିଜେଡିର କଳା ଦିବସ ପାଳନକୁ ତୀବ୍ର ବିରୋଧ କରିଛି ସୁକିନ୍ଦା ବିଜେପି।ଆଜି ପୂର୍ବାହ୍ନରେ ସୁକିନ୍ଦା ଗଡ଼ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବହୁ ବର୍ଷ ଧରି ସୁକିନ୍ଦାକୁ ପ୍ରତିନିଧିତ୍ଵ କରିଥିବା ବିଜେଡି ନେତାଙ୍କ ବିରୋଧରେ ବିଜେପିର ନେତାମାନେ ବଷିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅମଳେନ୍ଦୁ ବେହୁରା,ଦାନଗଦୀ ବ୍ଳକ ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାୟ, ସୁକିନ୍ଦା ବ୍ଳକ ପ୍ରତିନିଧି ସଞିତ କୁମାର ମହାନ୍ତି, ପୃର୍ବତନ ଜିଲ୍ଲା ପରଷଦ ସଭ୍ୟ ରମଣୀ ରଞନ ବଳ ସାମନ୍ତ,ପ୍ରଭାକର ଧୀର, ଦାନଗଦି ବ୍ଳକର ପୃର୍ବତନ ଉପାଧ୍ୟକ୍ଷ ସୁଧାଂଶୁ ଭଞ, ଜିଲ୍ଲା ମହିଳା ମୋର୍ଚ୍ଚାର ସମ୍ପାଦିକା ମନ୍ଦାକିନୀ ସେଠୀ,ମଣ୍ଡଳ ପ୍ରଭାରୀ ଅଜିତ କୁମାର ଦେଓ ପ୍ରମୁଖ ଯୋଗଦେଇ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *