Spread the love

*ଭଗବାନ ମିଶ୍ର ଙ୍କ ୮୯ ତମ ଜୟନ୍ତୀ ପାଳିତ*

(ପବିତ୍ର ମେହେର) *ବରଗଡ଼ ତା :୧୮.୦୨. ୨୦୨୫* ସ୍ତାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ୱାରା ସ୍ବର୍ଗତ ଭଗବାନ ମିଶ୍ରଙ୍କ ୮୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସହ ସମିତିର ସଦସ୍ୟ ସଦସ୍ୟା ଓ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସନ୍ଧ୍ୟାରେ ବିଶିଷ୍ଟ ଶିକ୍ଷାବିତ ଓ ସମାଜ ସଂସ୍କାରକ ତଥା ସ୍ବର୍ଗତ ଭଗବାନ ମିଶ୍ରଙ୍କ ୮୯ତମ ଜୟନ୍ତୀ ସମିତିର ସଭାପତି ସର୍ଦ୍ଦାର ପ୍ରୀତମ ସିଂ ଙ୍କ ସଭାପତିତ୍ୱରେ ପାଳିତ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ସ୍ବର୍ଗତ ମିଶ୍ରଙ୍କ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିବା ସହ ମୁଖ୍ୟତଃ ଗୁରୁ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏକ ସୁଦୃଢ଼ ଓ ସମୃଦ୍ଧ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମନ୍ତବ୍ୟ ରଖିଥିଲେ। ସମିତିର କାର୍ଯ୍ୟକଳାପରେ ଖୁସି ହୋଇ ଏହାର ଭୂୟସୀ ପ୍ରସଂଶା କରିବା ସହ ନିଜେ ବ୍ୟକ୍ତିଗତ ଭାବେ ତାଙ୍କ ବାପାଙ୍କ ନାମରେ ସମାଜ ପ୍ରତି ସମର୍ପିତ ଜଣକୁ ସମ୍ମାନିତ କରାଯିବା ନେଇ ଆଗ୍ରହ ପ୍ରକାଶ କରିଥିଲେ।ସମିତି ମଧ୍ୟ ଏହି ପ୍ରସ୍ତାବ ଉପରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି ପ୍ରକାଶ କରିଛି ।ମୁଖ୍ୟ ବକ୍ତା ଭାବେ ସରାଇପାଲି, ଛତିଶଗଡର ଶିକ୍ଷାବିତ ତଥା ସମାଜସେବୀ ଶ୍ରୀଯୁକ୍ତ ବିଦ୍ୟା ଭୂଷଣ ଶତପଥି ଯୋଗ ଦେଇ ସ୍ବର୍ଗତ ମିଶ୍ର ଙ୍କ ସାମାଜିକ କାର୍ଯ୍ୟ ବିଶେଷ କରି ରାଷ୍ଟ୍ରଭାଷାର ପ୍ରଚାର ପ୍ରସାର ପାଇଁ ସମର୍ପଣ ଭାବ ଅତି ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ।ଉକ୍ତ ସମାରୋହରେ ବିଶିଷ୍ଟ ଶିକ୍ଷକ ଓ ସାହିତ୍ୟିକ ଶ୍ରୀଯୁକ୍ତ ନକୁଳ ବାଦୀ, ବନହର, ଅତାବିରାଙ୍କୁ ଭଗବାନ ମିଶ୍ର ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଶ୍ରୀମତୀ ରେଣୁ ଅଗ୍ରୱାଲ ଓ ଶ୍ରୀ ଜଗଦାନନ୍ଦ ମିଶ୍ର ଅତିଥିମାନଙ୍କୁ ମଞ୍ଚାସୀନ ସହ ଦୀପ ପ୍ରଜ୍ବଳନ କରାଇଥିବା ବେଳେ ଶ୍ରୀ ସନ୍ତୋଷ ପଣ୍ଡା ଅତିଥି ପରିଚୟ କରାଇଥିଲେ।ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସ୍ୱାଗତ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସମ୍ପାଦକ ଶ୍ରୀ ପ୍ରତୁଲ ଚନ୍ଦ୍ର ତ୍ରିପାଠୀ ବିବରଣୀ ପଠନ କରିବା ସହ ମାନପତ୍ର ପ୍ରଦାନରେ ସହଯୋଗ କରିଥିଲେ।ଖୁସବୁ ଶର୍ମା ଗୁରୁ ବନ୍ଦନା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ।ଭଜନ ଗାନ କରିଥିଲେ ମହମ୍ମଦ ତୌଫିକ ଖାଁ।ଉକ୍ତ ସମାରୋହରେ ବରଗଡ଼ ଜିଲ୍ଲା ରେ ୧୦ମ ବୋର୍ଡ଼ ପରୀକ୍ଷା ରେ ସର୍ବାଧିକ ମାର୍କ ଓ ବିଭିନ୍ନ ବିଷୟରେ ସର୍ବାଧିକ ମାର୍କ ରଖିଥିବା ୮ଜଣ ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ ସହ ହିନ୍ଦୀ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ୩୧ ଜଣ ଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ପାଇଁ ବିନୋଦ ସାହୁ, ରାମକୃଷ୍ଣ ଠାକୁର, କମଳ ଯୋଶୀ, ନୀଳାମ୍ବର ମେହେର,ଜଗଦୀଶ ସେନ, ମନୋରମା ଷଡ଼ଙ୍ଗୀ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀ ଅରବିନ୍ଦ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *