Spread the love

ଭଟଲିରେ ଟ୍ରାକ୍ଟର ମାଲିକ ସଙ୍ଘ ର ପରିଚାଳନା କମିଟି ଗଠନ


ଭଟଲି :- ଭଟଲିରେ ଟ୍ରାକ୍ଟର ମାଲିକ ମାନଙ୍କ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ନୂତନ ଭାବରେ ଏକ ସଂଘ ର ପରିଚାଳନା କମିଟି ଗଠନ କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକ ରେ ସର୍ବସମ୍ମତି କ୍ରମେ ଦୋଳଗୋବିନ୍ଦ ସେହେର ସଭାପତି ଭାବରେ ଚୟନ ହୋଇଥିଲେ l ସେହିପରି ସରୋଜ କୁମାର ବେହେରା ଙ୍କୁ ସମ୍ପାଦକ ଓ ହରିଶଙ୍କର ବନଛୋର ଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନିତ କରାଯାଇଥିଲା । ଏହି ଅବସରରେ ମହମ୍ମଦ ଇଲିୟାସ, ସୁଶାନ୍ତ ପଧାନ,ରାଜୁ ଡାନସନା,ନରେନ ସାହୁ,ଦୀପକ ସା, ଯୁଗଳ ବେହେରା, ରଞ୍ଜନ ସାହୁ, ଆନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମାଧାନ କରିବାକୁ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କରିଥିଲେ ନୂତନ ଭାବରେ ଚୟନିତ ସଭାପତି ଶ୍ରୀ ମେହେର। ଶେଷରେ ମହମ୍ମଦ ଇଲିୟାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *