Spread the love

ବ୍ରିଟେନର ଏକ ଫାଇଟର ଜେଟ୍‌ ଭାରତରେ ଜରୁରୀ ଅବତରଣ କରିଛି। ବିମାନଟି ତିରୁଅନନ୍ତପୁରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି। କୁହାଯାଉଛି ଏହି ଫାଇଟର ଜେଟରେ ଇନ୍ଧନ ସରିଯାଇଥିଲା। ଏଥିପାଇଁ କୌଣସି ଜରୁରୀ ସ୍ଥିତିକୁ ଏଡ଼ାଇବା ପାଇଁ ବିମାନକୁ ଲ୍ୟାଣ୍ଡ୍‌ କରିବାକୁ ପଡ଼ିଛି । ଏହା ହେଉଛି ବ୍ରିଟେନ ନୌସେନାର ଫାଇଟର ଜେଟ୍‌ ଏଫ୍‌ ୩୫।

ମିଳିଥିବା ସୂଚନା ଅନୁସାରେ, ଏହି ଫାଇଟର ଜେଟ୍‌ ଏକ ଏୟାରକ୍ରାଫ୍ଟ କ୍ୟାରିୟରରୁ ଉଡ଼ାଣ ଭରିଥିଲା। ହେଲେ ଫାଇଟର ଜେଟ୍‌ର ପାଇଲଟ ଉଡ଼ାଣ ପରେ ଇନ୍ଧନ କମ୍ ଥିବା ଅନୁଭବ କରିଥିଲେ। ଏଥିପାଇଁ ସେ ଇମରଜେନ୍ସୀ ଲ୍ୟାଣ୍ଡିଂ ଅନୁମତି ମାଗିଥିଲେ। ଏହା ପରେ ଶନିବାର ରାତି ୯ଟା ୩୦ରେ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡ୍‌ କରିଥିଲେ। ଫାଇଟର ଜେଟ୍‌ ଲ୍ୟାଣ୍ଡ୍‌ କରିବା ପରେ ଏୟାରପୋର୍ଟ ଅଧିକାରୀ ସେଠାରେ ଇମରଜେନ୍ସୀ ଘୋଷଣା କରିଥିଲେ।ତେବେ ଏହି ଏୟାରକ୍ରାଫ୍ଟ ବିମାନ ବନ୍ଦରରେ ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରୀ ଅଧିକାରୀଙ୍କ ମଞ୍ଜୁରୀ ପରେ ହିଁ ଏହି ଫାଇଟର ଜେଟରେ ତେଲ ଭର୍ତ୍ତି କରାଯିବ। ଆଉ ସବୁ ପ୍ରକ୍ରିୟା ପୂରା ହେବା ପରେ ଏହି ବିମାନ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବ।

Leave a Reply

Your email address will not be published. Required fields are marked *