Spread the love

ଭୂବନେଶ୍ୱର, ୧୩/୧୧ : ଖୋର୍ଦ୍ଧା ବିଇଓଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି । ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମ ଇ ସ୍କୁଲ ପୂର୍ବତନ ଶିକ୍ଷୟତ୍ରୀ ବିଜୟନୀ ତ୍ରିପାଠୀଙ୍କ ୨ଟିଇନକ୍ରିମେଣ୍ଟ ଏରିୟର ଦୁଇଟି ୨ଲକ୍ଷ.୨୭ହଜାର ଏବଂ ୩ଲକ୍ଷ ୩୯ହଜାର ଟଙ୍କା କରାଇ ଦେବା ଲାଗି ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

୬ ହଜାର ଟଙ୍କାରେ ରାଜି ହୋଇଥିଲେ। ରାତି ୯ଟା ସମୟରେ ପୂର୍ବ ଯୋଜନା ମୁତାବକ ବିଇଓ କାର୍ୟ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ବାହାରେ ଛକିଥିବା ଭିଜିଲାନ୍ସ ଟିମ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ ସହ ତାଙ୍କୁ ଗିରଫ କରି ଭୁବନେଶ୍ବର ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇଯାଇଛନ୍ତି। ତାଙ୍କୁ ଗିରଫ ସହ ଅଫିସ ପରିସରରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଆସନ୍ତାକାଲି ତାଙ୍କ ବାସଭବନ ସମେତ ସମ୍ପର୍କିୟ ଘରେ ଚଢଉ ଚାଲିଛି ବୋଲି ଭିଜିଲାନ୍ସ ଡିଏସପି ବ୍ରଜକିଶୋର ସାହୁ ସୂଚନା ଦେଇଛନ୍ତି। ଏହି ଚଢଉ ରେ ଡିଏସପିଙ୍କ ନେତୃତ୍ବ ରେ ୮ ଜଣିଆ ଟିମ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *