Spread the love

ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଅନୁଗୋଳ ତା.୨୦୧୦: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆସନ୍ତା ୩୦ ତାରିଖ ଦିନ ସକାଳ ୧୧ଘଟିକା ସମୟରେ ସମସ୍ତ ସରକାରୀ କର୍ମଚାରୀ,ପଞ୍ଚାୟତ ନିର୍ବାଚିତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା,ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଶପଥ ପାଠ କରିବେ । ପ୍ରଥମେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଶପଥ ପାଠ କରିବେ ଏବଂ ପରେ ପରେ ଅନ୍ୟମାନେ ଏହି ଶପଥ ପାଠ କରିବେ । ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ନିମନ୍ତେ ଅନୁଷ୍ଠିତ ରାଲି,ୱାକାଥନ ଓ ସାଇକ୍ଲୋଥନ୍ ଇତ୍ୟାଦିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସହଯୋଗ କରିବାକୁ ଅନୁରୋଧ କରାଗଲା । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୁର୍ନୀତି ବିରୋଧୀ ଥୁମ୍ ଲେଖା ଥିବା ପ୍ଲା କାର୍ଡ ଏବଂ ବ୍ୟାନର ଧରି ରାଲି,ଓ୍ବାକାଥନ ଓ ସାଇକ୍ଲୋଥନରେ ଯୋଗ ଦେବେ । ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ନଭେମ୍ବର ୧ ତାରିଖ ଦିନ ପୁରସ୍କୃତ କରାଯିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ନୀତିକୁ ବିରୋଧ କରିବା ଥୁମ୍ ଥ‌ିବା ପଥପ୍ରାନ୍ତ ନାଟକମାନ ଆୟୋଜନ କରିବା ନିମନ୍ତେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଭିଜିଲାନ୍ସ ବିଭାଗ ସହାୟତାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ବିଭିନ୍ନ ଗ୍ରାମ ପଞ୍ଚାୟତ ଓ ବ୍ଳକ ସ୍ତରରେ ସଚେତନତା ଗ୍ରାମ ସଭା ଆୟୋଜନ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । । ଥ‌ିବା ଭିଡିଓକୁ କେବୁଲ ଅପରେଟର ଓ ସିନେମା ହଲଗୁଡିକରେ ପ୍ରଦର୍ଶିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭିଜିଲାଲାନ୍ସ ଡି ଏସ୍ ପି ଶ୍ରୀ ପ୍ରଦୀପ କୁମାର ସାମଲ ସମସ୍ତଙ୍କର ସହଯୋଗ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *