Spread the love

ଭିନ୍ନ କ୍ଷମଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆଦେଶକ୍ରମେ ଢେଙ୍କାନାଳ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ତା ୨୨ ରୁ ୨୯ ରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହେଉଅଛି । ଏହି ଅଭିଯାନରେ ଅଦ୍ୟ ତା ୨୬.୦୫.୨୦୨୩ ରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାରା ଲିଗାଲ ସେଚ୍ଛାସେବୀ ମାନଙ୍କ ଦ୍ବାରା ଚିହ୍ନଟ କରାଯାଇ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ମମିତା ସାହୁ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଭେନ୍ଦୁ କୁମାର ଖୁଣିଆ ୦୯ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ, କୃତ୍ରିମ ଗୋଡ, Wheel Chair, CP Chair ପ୍ରଦାନ କରିଛନ୍ତି ଏବଂ ଜିଲ୍ଲାର ଅନ୍ୟ ଦିବ୍ୟାଙ୍ଗ ମାନେ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ଆଶ୍ଵିନ ସେବା ପ୍ରାଧିକାରଣ, ତାଲୁକ ସ୍ତରୀୟଆଇନ ସେବା କମିଟି, ଜିଲ୍ଲା ସମକ ସୁରକ୍ଷା ବିଭାଗ, ପାରା ଲିଗାଲ ସେଚ୍ଛାସେବୀଙ୍କ ସହ ଯୋଗେଯାଗ କରିପାରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *