Spread the love

ଭୁକ୍ତା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
——————————
ବରଗଡ଼ ଜିଲ୍ଲା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହ ପାଳନ କରାଯାଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଧ୍ରୁବଚରଣ ସା ଙ୍କ ସଭାପତିତ୍ବ ରେ ମୁଖ୍ଯ ଅତିଥି ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଫଲ ହେବାକୁ ହେଲେ ନିହାତି ପରିଶ୍ରମ ଦରକାର ତେବେ କୌଣସି କାମ ଅସମ୍ଭବ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ଓ ଶିକ୍ଷା କ୍ଷେତ୍ର ରେ ନାରୀ କୁ ଗୁରୁତ୍ୱ ଦେଲେ ସମାଜ ର ବିକାଶ ହୋଇପାରିବ ବୋଲି କହିଥିଲେ। ମୁଖ୍ଯବକ୍ତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଇଂରାଜୀ ସ୍ନାତକୋତ୍ତର ବିଭାଗର ପ୍ରଫେସର ସବିତା ତ୍ରିପାଠୀ ଯୋଗ ଦେଇ ନିଜର ବକ୍ତବ୍ଯ ରେ ଶ୍ରୀ ମା ଶ୍ରୀ ଅରବିନ୍ଦ ଙ୍କ ଜୀବିନୀ ଉପରେ ଅନୁସରଣ କରି ଶିକ୍ଷା କ୍ଷେତ୍ର ରେ ନାରୀ ଙ୍କୁ ଶିକ୍ଷିତ କଲେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଆସିପାରିବେ ବୋଲି ମତବ୍ଯକ୍ତ ରଖିଥିଲେ। ସେହିପରି ସମ୍ମାନୀତ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଜୀବ ବିଜ୍ଞାନ ସ୍ନାତକୋତ୍ତର ବିଭାଗ ର ପ୍ରଫେସର ବିନତା ନାୟକ ଯୋଗଦେଇ କହିଲେ ଯେ ଭାରତ ର ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମ୍ ଙ୍କ ଜୀବନୀ ଉପରେ ଆଲୋଚନା କରିବା ସଂଗେ ମହାତ୍ମାଗାନ୍ଧୀ ଙ୍କ ଜୀବନୀ ଉପରେ ଅଭିଭାଷଣ ଦେଇଥିଲେ। ଏହି ଅବସର ରେ ମହାତ୍ମା ଗାନ୍ଧୀ କଲେଜ ର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଗୁରୁଲାଳ ସ୍ମ୍ରୁତି ଉଦ୍ଦେଶ୍ଯ ରେ ଛାତ୍ରୀ ଶୁଭାଶ୍ରୀ ସାହୁଙ୍କୁ ବେଷ୍ଟ ଅଫ୍ ଷ୍ଟୁଡେଣ୍ଟ ଆଓ୍ବାର୍ଡ ଓ ସ୍ବର୍ଗତ ଡାକ୍ତର ଶରତ କୁମାର ପ୍ରଧାନ ଙ୍କ ସ୍ମତି ସମ୍ମାନ ପାଇଁ ଅନୁପମା ଭୋଇ ଏବଂ କଲେଜ ର ଶ୍ରେଷ୍ଠ ଛାତ୍ର ଭାବେ ରିଙ୍କି ସା ଓ ବିଜ୍ଞାନ ଛାତ୍ର ନୀଳମଣୀ ପାତ୍ର ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ପରିଚାଳନା ଓ ସ୍ବାଗତ ଭାଷଣ ଜଗଦୀଶ ନାୟକ ଦେଇଥିବା ବେଳେ ବାର୍ଷିକ ବିବରଣୀ ପାଠ ଅଧ୍ଯାପକ ସୁରଜ କୁମାର ପଟେଲଙ୍କ ଦ୍ବାରା କରାଯାଇଥିଲା। ସ୍ବାଗତ ସଂଗୀତ ବିଦ୍ୟାଳୟର ଛାତ୍ର ଛାତ୍ରୀ କରିଥିଲେ। ଧନ୍ୟବାଦ ଅର୍ପଣ ଅଧ୍ଯାପକ ପ୍ରଶାନ୍ତ କୁମାର ପ୍ରଧାନ ଓ ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ଯୁଜ।

Leave a Reply

Your email address will not be published. Required fields are marked *