Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଲହଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦଶମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମନ୍ତ ଙ୍କ ଅଧ୍ୟକ୍ଷତାରେ ଓ ବିଦ୍ୟାଳୟ ର ପରିଚାଳନା ପରିଷଦ ସଭାପତି ମମତା ଧଳ ଓ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ବାରିକ ଙ୍କ ପ୍ର ତ୍ଯକ୍ଷ ତତ୍ତ୍ଵାବଧାନରେ ଜାନୁଆରୀ ମାସ ଏଗାର ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ବୁଦ୍ଧଦେବ ପ୍ରଧାନ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ, ମୁଖ୍ୟ ବକ୍ତା ଭାବେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ବକ୍ତା ଭାବେ ପ୍ରାକ୍ତନ ପ୍ରତିଷ୍ଠାତା ଶିକ୍ଷକ ବିନୋଦ ବିହାରୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚଞ୍ଚଳା ବାରିକ, ପ୍ରାକ୍ତନ ସିଆରସିସି
ଗୈ।ରହରି ଭୋଇ, ପରିଚାଳନା ପରିଷଦ ସଭ୍ୟା ସସ୍ମିତା ମାନ ସିଂ , ଶିକ୍ଷକ ବିରେନ୍ଦ୍ର କୁମାର ସାମନ୍ତ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ଶିକ୍ଷକ ଦିନେଶ କୁମାର ବେହେରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ଓ ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ସଂଯୋଜନା କରିଥିଲେ। ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାର ଉଦ୍ ଯାପନ ପରେ ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ବିଦ୍ୟାଳୟ ପରିଚାଳନା ପରିଷଦ ସଭ୍ୟ ସଭ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *