Spread the love

ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ରୋଟାରୀ କ୍ଳବ୍ ଠାରେ ଅନୁଷ୍ଠିତ ସାଧାରଣ ଲୋକଙ୍କ ସ୍ୱର ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱର୍କ ରିପବ୍ଲିକ ଓଡ଼ିଶା ର ନିର୍ଦେଶକ ଡ ରାଜେଶ୍ କୁମାର ମହାନ୍ତି ଙ୍କ ସଭାପତିତ୍ବ ରେ ୭ମ ସ୍ୱ ନକ୍ଷତ୍ର ଦିବସ ଅବସରରେ ନବୀନ କୁମାର ଦାଶ ଙ୍କୁ ବରିଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସର ରେ ଉଦଘାଟକ ଭାବେ ଓଟିଡିସି ଚେୟାର ମେନ୍ ଡ ଲଲାଟେନ୍ଦୁ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି କାର୍ଡିଓଲୋଜିଷ୍ଟ ପି.କେ.ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ସାମ୍ବାଦିକ ସତିଶ ବିଶ୍ଵାଳ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରଞ୍ଜିତ କୁମାର ସ୍ବାଇଁ,ଅମିୟ କୁମାର ପଟ୍ଟନାୟକ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପଟ୍ଟାଙ୍ଗୀ,ବିଜେଡି ର ରାଜ୍ୟ ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାଏ,ଯୋଶୋବନ୍ତ ବେହେରା,ବିଜେ ଶ୍ୱର ମଲ୍ଲିକ ପ୍ରମୁଖ ମଞ୍ଛାସିନ ରହି ଥିଲେ।ସର୍ବ ପ୍ରଥମେ ଜଗନ୍ନାଥ, ବଳଭଦ୍ର,ମାଁ ସୁଭଦ୍ରା ଙ୍କ ତୈଳ ଫଟୋ ଚିତ୍ରରେ ଧୂପ ଦ୍ଵୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵନକ୍ଷତ୍ର ଉତ୍ସବ ରେ ସାଧାରଣ ଲୋକଙ୍କ ସ୍ୱର ପାଇଁ ସାମ୍ବାଦିକ ର ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉଦ୍ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଂ ରଞ୍ଜିତ କୁମାର ସ୍ବାଇଁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାଏ,ନାରାୟଣ ମୁଦୁଲି, ଡ.ଆଲୋକ କୁମାର ସାହୁ,ସସ୍ମିତା ଦାଶ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଉପଢୌକନ,ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରଗଡ ଜିଲ୍ଲା ଅତାବିରା ର ନବୀନ କୁମାର ଦାଶ ଙ୍କୁ ବରିଷ୍ଠ ସାମ୍ବାଦିକ ଭାବରେ ଉପଢୌକନ, ମାନପତ୍ର,ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

Leave a Reply

Your email address will not be published. Required fields are marked *