Spread the love

ଭୟାବହ ରେଳ ଦୁର୍ଘଟଣାରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ଗଭୀର ଶୋକ

ବ୍ରହ୍ମପୁର, ତା. ୦୩.୦୬.୨୦୨୩, ସରକାର ଓ ରେଳ କର୍ତ୍ତୃପକ୍ଷଙ୍କ ଚୂଡାନ୍ତ ଅବହେଳା ଯୋଗୁଁ ଘଟିଥିବା ବାହାନଗା ଭୟାବହ ରେଳ ଦୁର୍ଘଟଣାରେ ଏସ୍‍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଗଭୀର ଉଦ୍‍ବେଗ ଓ ଶୋକ ପ୍ରକାଶ କରାଯିବା ସହିତ ନିହତଙ୍କ ସ୍ମୃତିରେ ଆଜି ଶୋକ ଦିବସ କମାପଲ୍ଲୀ ଛକ ନିକଟରେ ପାଳନ କରାଯାଇଛି । ସୂତ୍ର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ନିହତ ଓ ହଜାରରୁ ଅଧିକ ଗୁରୁତରଭାବେ ଆହତ ହୋଇଛନ୍ତି । ମୃତକ ଓ ଆହତଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେବେ ବାସ୍ତବ ସ୍ଥିତି ଖୁବ ମର୍ମାନ୍ତିକ ଓ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ। ଏହିି ଦୁଃଖଦ ପରିସ୍ଥିତିରେ ଆହତମାନଙ୍କୁ ଯୁୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ସରକାରୀ ଖର୍ଚ୍ଚରେ ଚିକିତ୍ସାର ସୁବନ୍ଦୋବସ୍ତ କରିବା ତଥା ପ୍ରାଥମିକ ସହାୟତାଭାବେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରାଥମିକ ସହାୟତା ଓ ସେମାନଙ୍କ ପରିବାରରୁ ଅନ୍ତତଃପକ୍ଷେ ଜଣଙ୍କୁ ନିଯୁକ୍ତି ଦେବା, ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ ୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରକାଶ କରି ଦୋଷି କର୍ତ୍ତୃପକ୍ଷଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ଅଟକି ରହିଥିବା ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା ତଥା ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ଖାଦ୍ୟ-ପାନୀୟ ଯୋଗାଇ ଦେଇ ସରକାରୀ ଖର୍ଚ୍ଚରେ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେବା, ତତ୍ପରତାର ସହିତ ଟ୍ରେନ ଚଳାଚଳ ସ୍ୱାଭାବିକ କରିବା ଓ ବିଭିନ୍ନ ସ୍ଥାନରେ ପଡିରହିଥିବା ଯାତ୍ରୀମାନଙ୍କୁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିବାକୁ ପାର୍ଟି ପକ୍ଷରୁ ସରକାରଙ୍କ ନିକଟରେ ଦୃଢ ଦାବି କରାଯାଇଛି ।
ଆଜିକାର ଏହି କାର୍ଯ୍ୟକ୍ରମରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ସୋମନାଥ ବେହେରା, ନିମାଇଁ ଚରଣ ସାହୁ, ନାରାୟଣ ସାହୁ, କିସାନ କୁମାର ସାହୁ, ଅନିଲ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହି ଆଦି ପାର୍ଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *