Spread the love

ମଦଭାଟି କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଫେରାଦହେଲେ ଜାମୁପୋଶି ଗ୍ରାମବାସୀ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଜାମୁପୋଶି ନିକଟ ୩ଶହ ମିଟର ଦୂର ରେ ଥିବା ଏକ ଦେଶୀମଦଭାଟିକୁ ଉଛେଦ ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଦାବିଜଣାଇଛନ୍ତି ପଞ୍ଚାୟତବାସୀ । ପଳାଶପଙ୍ଗା ପଞ୍ଚାୟତର ସରପଞ୍ଚ ବାସନ୍ତୀ ନାଏକ ଏବଂ ୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଲିଳାବତୀ ମହାନ୍ତ ଙ୍କ ନେତୃତ୍ବରେ ବହୁ ପଞ୍ଚାୟତବାସୀ ମଦଭାଟିକୁ ବିରରୋଧ କରି ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲ‍ାପାଳ ଙ୍କ ନିକଟରେ ଫେରାଦ ହୋଇଥିଲେ। ସ୍କୁଲ ନିକଟରେ ଏହି ମଦ ଭାଟି ଥିବାରୁ ରାସ୍ତାରେ ଯାଉଥିବା ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ମଦୁଆଙ୍କ ପାଦୁର୍ଭାବ ର ଶିକାର ହେଉଛନ୍ତି। ଏଥିସହ ରାସ୍ତାକୋଡରେ କୁଢକୁଢ ଅଳିଆ ଆବର୍ଜନା ପଡି ରହୁଛି । ଆବର୍ଜନାରେ ଥିବା ପଲିଥିନ କୁ ଖାଇ ଗାଈ ଗୋରୁ ଗୃହପାଳିତ ପଶୁ ଅକାଳରେ ମୃତ୍ୟୁ ବରଣ କରୁଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ଦିନରେ ଏଭଳି ମଦ ଦୋକାନକୁ ବନ୍ଦ କରାନଗଲେ ପଞ୍ଚାୟତରେ ପାରିବାରିକ ବିଶୃଙ୍ଖଳା ବଢିବା ସହିତ ଅପ୍ରିତିକର ବାତାବରଣ ହେବାପରି ଅଭିଯୋଗ କରିଛନ୍ତି ଜିଲ୍ଲାପରିଷଦ ସଦସ୍ୟା ଓ ସରପଞ୍ଚ ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *