Spread the love

ମନମୁଖ୍ ବିଦ୍ୟୁତ୍ ବିଲ ଆଦାୟନେଇ ଜିଲାପାଳଙ୍କ ଦ୍ୱାରସ୍ଥ

ଭଟଲି : – ଭଟଲି ବ୍ଳକ କୃଷକ ପରିବାର ତରଫରୁ ଟାଟା ପାୱାରର ର ମନମୁଖି ବିଦ୍ୟୁତ ବିଲ୍ ଆଦାୟ ବିରୋଧରେ ଓ ସାର କଳାବଜାରକୁ ନେଇ ସଙ୍ଗଠନ ର ସଭାପତି ଥବିର ସାହୁ ଓ ସମ୍ପାଦକ ଶାନ୍ତ ଶାନ୍ତାନୁ ମାଝୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ ଥାଉକି ଗତବର୍ଷ ଯେତେବେଳେ ଚାଷୀମାନେ ବିଦ୍ୟୁତ୍ ବିଲକୁ ଜଳ କର ଆଧାରରେ । ନେବାକୁ ଦାବି କରୁଥିଲେ ନଚେତ୍ ଦେବୁ ନାହିଁ ବୋଲି ଆନ୍ଦୋଳନ କରିଥିଲେ ସେତେବେଳେ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିତରଣ ସଂସ୍ଥାର କାର୍ଯ୍ୟାଳୟରେ ଚାଷୀ ତଥା କୃଷକ ପରିବାର ଭଟଲି ଏବଂ ବାରପାହାଡ଼ କୃଷକ ସଂଗଠନକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ସେତେବେଳେ ତାଙ୍କ ଅଧୂକାରୀମାନେ କିଛି ବିଦ୍ୟୁତ୍ ବିଲ୍ ଦେବା ପାଇଁ ଅନୁରୋଧ କରିଥିଲେ। ବଦଳରେ ଉଚିତ ସେବା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଠାରେ ବର୍ଷକୁ ୪୦୦୦ ଟଙ୍କା ଦେବା ପାଇଁ ଚାଷୀମାନେ ରାଜି ହୋଇଥିଲେ ଓ ବିଦ୍ୟୁତ୍ ବିଭାଗ ନେବା ପାଇଁ ରାଜି ହୋଇଥିଲା। ବଦଳରେ କୌଣସି ଚାଷୀର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚଳିତ ବର୍ଷ ଟାଟା ପାୱାର କର୍ମଚାରୀମାନେ ଗାଁକୁ ଗାଁ ଯାଇ ୭୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି ନହେଲେ ଲାଇନ୍ କାଟିବାକୁ ଧମକ ଦେଉଛି। ଚାଷୀମାନଙ୍କ ଯୁକ୍ତି ହେଲା ଧାନର ସହାୟକ ମୂଲ୍ୟ ୬୯ ଟଙ୍କା ବଢିଥିଲେ ମଧ୍ୟ ଓଡ଼ିଶା ସରକାର ଗତ ବର୍ଷ ପରି ୩୧୦୦ ଟଙ୍କା ଦେଉଛି । ଯଦି ଧାନର କ୍ରୟ ମୂଲ୍ୟ ସମାନ ରହିଛି ତା’ହେଲେ ବିଦ୍ୟୁତ ବିଲ୍ ଏ ବର୍ଷ ଅଧୂକ କାହିଁକି ମଗାଯାଉଛି। ଟାଟା ପାୱାର ଏପରି କାର୍ଯ୍ୟକଳାପକୁ ଚାଷୀ ସଙ୍ଗଠନ ଘୋର ନିନ୍ଦା କରିଛି ଏବଂ ଆଗାମୀ ଦିନରେ ଏହା ବିରୋଧରେ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦେଇଛି। ଅପରପକ୍ଷରେ ଡିଆରସିଏସ ତୁରନ୍ତ ଭଟଲି ବ୍ଲକର ସମସ୍ତ ସମବାୟ ସମିତିକୁ ସାର ଯୋଗାଇ ଦିଆଯିବ ପ୍ରତିଶ୍ରୁତି ଦେଇଥ‌ିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *