ମନରେଗାରେ ଶ୍ରମିକ ବଦଳରେ ରାତିରେ ଜେସିପି କରୁଛି ଶ୍ରମିକ କାମ………..
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ଗୋଟିଏ ପରେ ଗୋଟିଏ ମେସିନ ଲଗେଇ ଠିକାଦାର କାମ କରୁଛି!ଜବ କାର୍ଡଧାରୀ ଶ୍ରମିକ କାମ ନ ପାଇଁ ଘରେ ବସିଛନ୍ତି!ଜବ କାର୍ଡ ଧାରୀଙ୍କ ପାଇଁ ସରକାର ମନରେଗା ଯୋଜନା କରିଥିଲେ ସୁଦ୍ଧା ଜବ କାର୍ଡ ଶ୍ରମିକ ବଞ୍ଚିତ ହେଉଛନ୍ତି!କିନ୍ତୁ ଠିକାଦାର ରାତିରେ ମେସିନ ଲଗେଇ କାମ କରୁଥିବା ଭିଡ଼ିଓ ଭାଇରାଲ ହୋଉଛି!ଜି ଆର ଏସ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କୁ ଯୋଗାଯୋଗ କରିଥିଲେ ମଧ୍ୟ ଜି ଆର ଏସ ଫୋନ ଉଠାଇ ନ ଥିଲେ!କନିଷ୍ଠ ଯନ୍ତ୍ରୀ ଫୋନ ଲାଗିନଥିଲା!ମାଟି କେନାଲ ପୋଖରୀ ରାସ୍ତା ରେ ମନରେଗା କାମରେ ମେସିନ ଲଗେଇ ଠିକାଦାର ମାଲାମାଲ ହେଉଛନ୍ତି!କେଦାର ଗୌରୀ ପୋଖରୀରେ ରାତିରେ ମେସିନ ଲଗେଇ କାମ କରୁଥିବା ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକାରେ କାମ କରାଯାଉଥିବା କିଛି ଯୁବକ ଗୁପ୍ତରେ ସୂଚନା ଦେଇଛନ୍ତି !କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି!
